ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଏହାର ଗନ୍ତାଘର ସାଜିଛି କୋମନା ବ୍ଲକ । ଏହି ସବୁ ଦୁର୍ନୀତି କୁ ସବୁ ଜାଣି ଶୁଣି ଜିଲ୍ଲାପ୍ରଶାସନ ଅଣଦେଖା କରିଥିବାରୁ ସାଧାରଣ ରେ କ୍ଷୁବ ପ୍ରକାଶ ଦେଖାଦେଇଛି । କୋମନା ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ କୋଟିକୋଟି ଟଙ୍କା ର ଦୁର୍ନୀତି ଲୋକ ଲୋଚନ କୁ ଆସୁଛି ଏଥିରେ ଜିଲ୍ଲା ପ୍ରଶାସନ କିଛି ତଳିଆ କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଅଭିଯୁକ୍ତ କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି । ବିଶେଷ କରି କୋମନା ବ୍ଲକ ଅଧ୍ୟକ୍ଷା ଅନୁଷୟା କୁମ୍ଭାର ଙ୍କ ବିରୋଧ ରେ ଜିଲ୍ଲା ଯୁବ କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି । ଏହାକୁ ନେଇ ଗତ ୨୪ ତାରିଖ ଦିନ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଥିଲେ । ହେଲେ ଦାବି ଜଣାଇବା ର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ରୁ ଜିଲ୍ଲା ଯୁବ କଂଗ୍ରେସ ତରଫ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦିଆ ଯାଇଛି ।

ଜିଲ୍ଲା ଯୁବ କଂଗ୍ରେସ ର ଅଭିଯୋଗ ଅନୁଯାୟୀ ୨୦୨୨ ମସିହା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅନୁସୁୟା କୁମ୍ଭାର କୋମନା ଅଧ୍ୟକ୍ଷା ପଦ ପାଇଥିଲେ । ସେହି ସମୟରେ ସେ ଜଣେ ବିପିଏଲ ରାସନ କାର୍ଡ ଧାରି ଥିଲେ । ଏମିତିକି ୨୦୨୨ ଜୁଲାଇ ମାସ ପର୍ଯ୍ୟନ୍ତ ସାଧାରଣ ରାସନ ବଣ୍ଟନ ରେ ରାସନ ଉଠାଇଥିଲେ । ହେଲେ ଆଶ୍ଚର୍ଯ୍ୟ ର କଥା ମାତ୍ର ଦୁଇ ବର୍ଷ ମଧ୍ୟ ରେ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ଏକାଉଣ୍ଟ୍ ରେ ଲକ୍ଷଲକ୍ଷ ଟଙ୍କା ର ଟ୍ରାଞ୍ଜେକ୍ସନ୍ ହୋଇଥିବା ଜଣେ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ସମାଜସେବୀ କର୍ମୀ ବର୍ତ୍ତମାନ ର ବିଜେପି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି । କୋମନା ବ୍ଲକ ଅଧ୍ୟକ୍ଷା ନିଜ ସ୍ୱାମୀଙ୍କ ସହ ମିଶି ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଲାଞ୍ଚ (ପିସି) ବାବଦ କୁ ଯନ୍ତ୍ରୀ ମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଜ ତଥା ତାଙ୍କ ସ୍ୱାମୀଙ୍କ ଏକାଉଣ୍ଟ୍ ମାଧ୍ୟମ ରେ ନେଇଛନ୍ତି । ଲାଞ୍ଚ ବ୍ୟତୀତ ଠିକା କାମ ଯୋଗାଇ ଦେବା ନାଁ ରେ ଠିକାଦାର ଓ ଅନ୍ୟ ମାନଙ୍କ ଠାରୁ ମଧ୍ୟ ଟଙ୍କା ନେଇଥିବା ବ୍ୟାଙ୍କ ବିବରଣୀ ଦେଖାଇଚନ୍ତି ସଂପୃକ୍ତ ସାମାଜିକ କର୍ମୀ । ହେଲେ ଜିଲ୍ଲାପ୍ରଶାସନ ଦୁର୍ନୀତି କୁ ଆଶ୍ରୟ ଦେଇ ଆସୁଥିବା କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି ।

କିଛି ଦିନ ତଳେ କୋମନା ବ୍ଲକ ର ତିନିଜଣ ଯନ୍ତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ୱିତ କରିଥିଲେ ହେଁ ଅଧ୍ୟକ୍ଷା ଙ୍କ ବିରୁଦ୍ଧ ରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ କର୍ମୀ । ଯେଉଁ ଦିନ ଯାଏ ଉଭୟ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ଵାମୀ ଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି । ଅପରପକ୍ଷରେ ଆନ୍ଦୋଳନକାରୀ ଙ୍କ ସହ ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେସ ବଘେଲ ଯୋଗଦେଇ ବିଜେପି ଦୁର୍ନୀତି ରେ ଲୀପ୍ତ ବୋଲି ଭର୍ଶନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here