ପ୍ରୟାଗରାଜ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-.ଆଜି ହେଉଛି ମାଘ ମାସର ପୂର୍ଣ୍ଣିମା ବା ମାଘ ପୂର୍ଣ୍ଣିମା l ସେଥିପାଇଁ ପ୍ରୟାଗରାଜ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ମହାକୁମ୍ଭରେ ଏଯାଏଁ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି ଆସ୍ଥାର ବୁଡ ପକାଇବାକୁ। ଜନସମୁଦ୍ର ପାଲଟିଛି ପ୍ରୟାଗରାଜ। ଅନ୍ୟପକ୍ଷରେ ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍। ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ହସପିଟାଲ ଗୁଡିକୁ ହାଇଆଲର୍ଟରେ ରଖାଯାଇଛି।ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା୭ଟି ଆମ୍ବୁଲାନ୍ସ ଏବଂ ଗୋଟିଏ ଏୟାର ଆମ୍ବୁଲାନ୍ସ ସମେତ ମୋଟ ୧୩୩ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ପ୍ରୟାଗରାଜ ସଙ୍ଗମ ଷ୍ଟେସନ ଏବଂ ଦାରାଗଞ୍ଜ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି।