ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ଥାନା ରୁଜାଙ୍ଗି ଗାଁରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଲୋକନାଥ ଗମାଙ୍ଗ l ଲୋକନାଥ ଗତ ପ୍ରାୟ ଦେଢ଼ ବର୍ଷ ହେବ ଅସୁସ୍ଥ ଥିଲେ l ମୋହନା ଓ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସା ପରେ ମଧ୍ୟ ଲୋକନାଥ ସୁସ୍ଥ ହୋଇନଥିଲେ l ଏହାପରେ ଗାଁରେ ରହି ଚେର ମୂଳି ଔଷଧ ଖାଉଥିଲେ l ତେବେ ଆଜି ଲୋକନାଥ ଜଙ୍ଗଲରେ ପଡ଼ିଥିବା ଦେଖି ପରିବାର ଲୋକେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ କୁ ଆଣିଥିଲେ l ଡାକ୍ତର ଲୋକନାଥ କୁ ମୃତ ଘୋଷଣା କରିଛନ୍ତି l ବିଷ ପିଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଛନ୍ତି l ମୋହନା ପୋଲିସ ଶବ ଜବତ କରି ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here