କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:କରଞ୍ଜିଆ ଥାନା ଅଧୀନ କୁଆଁରିଆପାଲି ନିକଟରୁ ଫେବୃଆରୀ ୧୦ ତାରିଖ ଅପରାହ୍ନରେ ଯଶିପୁର ବ୍ଲକ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର ନାଥ ସିଙ୍କୁ ଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ।
ଏହି ଘଟଣା ବାବଦକୁ ପରିବାର ଲୋକ କରଞ୍ଜିଆ ଥାନାରେ ଅଭିଯୋଗ କରିବା ପରେ ୪୫/୨୫ ନମ୍ବର କେଶ୍ ରୁଜ୍ଜୁ କରାଯାଇ ଥିଲା। ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏହି ଘଟଣାକୁ ଗୁରୁତର ସହକାର ନେଇଥିଲେ। କରଞ୍ଜିଆ ଥାନା ସବ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଭାର ସବ୍ ଇନ୍ସପେକ୍ଟର ଭାରତୀ ବାରିକଙ୍କୁ ଦିଆଯାଇଥିଲା।
କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରୀ ଟୋଲ ଗେଟ ର ସିସି ଟିଭି ଫୁଟେଜ ଓ ଫୋନ୍ ଟ୍ରାକିଙ୍ଗ ମାଧ୍ୟମରେ ପୋଲିସ ତାଳଚେର ନିକଟସ୍ଥ ଏକ ଜଙ୍ଗଲରୁ ଅପହରଣ ହୋଇଥିବା ଶିକ୍ଷକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ଅପହରଣରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କରଞ୍ଜିଆ ପୋଲିସ୍।ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ତାଳଚେର କିଶୋରୀପାଳ ଗାଁର ସୈାଭାଗ୍ୟ କୁମାର ଦାସ,ନାଲୋକୋ ଅମାତପୁର ବଳରାମ ପ୍ରସାଦ ଗାଁର ବ୍ରହ୍ମାନନ୍ଦ ନାଏକ, ତାଳଚେର ଥାନା, ବଡ଼ଦାଣ୍ଡ ସାହି ପ୍ରଭାତ କୁମାର ମହାନ୍ତିଙ୍କ ସହିତ ଜଣେ ନାବାଳକ ଥିବା ଜଣାପଡିଛି। ସେମାନଙ୍କ ସହ ଅପହରଣ ପାଇଁ ବ୍ୟବହୃତ ମାରୁତି କାର ନମ୍ବର ଓଡି ୧୯ ୱାଇ ୨୭-୯୦ ଗାଡ଼ି ମଧ୍ୟ ଜବତ କରାଯାଇଛିା ପ୍ରାଥମିକ ଶିକ୍ଷକ ଶ୍ରୀ ସିଂଙ୍କୁ ୟୁନିଟି ମେଟାର ଟୋକେନ, ଅନଲାଇନ ନେଟୱର୍କି°, କ୍ରିପ୍ଟୋ ଆଦି ଜରିଆରେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ପ୍ରାରମ୍ଭିକ ତଦନ୍ତ ରୁ ଜଣାଯାଇଛି।
ଏହି ଘଟଣାକୁ ନେଇ ଜିଲ୍ଲା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା କରଞ୍ଜିଆ ଥାନାରେ ଆଜି ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀରେ ଜରିଆରେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି।