ଗଜପତି ( ବିକ୍ଳଵୀ ପରିକ୍ରମା ):- ଜିଲ୍ଲାର ମୋହନା ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ବେଶ୍ ପରିଚିତ । ଏହି ବ୍ଳକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି । ଅନେକ ସ୍ଥାନକୁ ଯିବାଆସିବା ପାଇଁ ଯାନବାହନର ସୁବିଧା ନାହିଁ । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିମଧ୍ୟରୁ ଗୁରୁଜୁଳି ପଂଚାୟତ ଅନ୍ୟତମ । ଏହି ପଂଚାୟତ ଠାରୁ ମୋହନା ବ୍ଳକ କୁ ଯିବାକୁ ହେଲେ ୩୫ ରୁ ୪୦ କିଲୋମିଟର ହେଉଛି l ବ୍ଳକ ହେଉ ଅବା ଜିଲ୍ଲାକୁ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗତ କିଛି ଦିନ ତଳେ ଗଜପତି ଜିଲ୍ଲାରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା ପ୍ରତି ପଂଚାୟତକୁ ଲକ୍ଷ୍ମୀ ବସ୍ ଗଡିବ । ଯାହାକୁ ନେଇ ବେଶ୍ ଖୁସି ଅନୁଭବ କରିଥିଲେ ଗୁରୁଜୁଳି ପଂଚାୟତର ଆଖପାଖ ଅଞ୍ଚଳବାସୀ । ହେଲେ, ବାସ୍ତବ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଆଉ, ଯାହାକୁ ନେଇ ଗୁରୁଜୁଳି ପଂଚାୟତର ଅଂଚଳବାସୀ ଏକତ୍ରିତ ହୋଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ, ସରପଞ୍ଚଙ୍କୁ ଘେରିଛନ୍ତି । ଆଗାମୀ ଦିନରେ ଗୁରୁଜୁଲି ପଂଚାୟତକୁ ଲକ୍ଷ୍ମୀ ବସ୍ ନଆସିଲେ ପଞ୍ଚାୟତ ସହ, ବ୍ଳକ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ପ୍ରଶାସନକୁ ବାରମ୍ବାର ଅଭିଯୋଗୁଁ କରିଥିଲେ ମଧ୍ୟ, କେହି ମଧ୍ୟ ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ସରପଞ୍ଚ l କିଛି ମାସ ପୂର୍ବରୁ ଶ୍ରୀ ସତ୍ୟ ନାମକ ଏକ ଘରୋଇ ବସ୍ ଗୁରୁଜୁଳି ପଂଚାୟତ ଠାରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯାଉଥିଲା । ହେଲେ,କୌଣସି କାରଣରୁ ସେହି ବସ୍ ମଧ୍ୟ ଆସୁ ନାହିଁ । କୌଣସି କାମରେ ପାରଳାଖେମୁଣ୍ଡି ଯିବାକୁ ହେଲେ ଅଡବା ଆସିକି ଯିବାକୁ ପଡୁଛି । ଗୁରୁଜୁଳି ପଞ୍ଚାୟତକୁ ଯଦିଓ ଲକ୍ଷ୍ମୀ ବସ୍ ଚଳାଚଳ କରେ, ତେବେ ବିରିକୋଟ ସମେତ ଖାରୀଗୁଡା ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳ ବାସୀ ଅଭି ଯୋଗ କରିଛନ୍ତି l