ବିପ୍ଲବୀ ପରିକ୍ରମା ଡିଜିଟାଲ :- ନୋଡାଲ ସେଣ୍ଟରରେ ପହଞ୍ଚିଲାଯୁକ୍ତ ଦୁଇ ପ୍ରଶ୍ନପତ୍ର। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେବେ । ତେବେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ୨୦୫ଟି ପରୀକ୍ଷା ହବର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯାଇଛି । କଡା ସୁରକ୍ଷା ବଳୟ ଭିତରେ ୧୦ଟି ରୁଟ ଦେଇ ପରୀକ୍ଷା ପ୍ରଶ୍ନପତ୍ର ଯାଇଛି l ପରୀକ୍ଷା ସରିବା ପରେ ସଠିକ ସମୟରେ ଫଳାଫଳ ପ୍ରକାଶ କରିବା ପାଇଁ ଯୋଜନା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ୬୮୮ ବର୍ଗ ଶିକ୍ଷକ ସଂଘ । ପେନସନ୍, ଚାକିରୀ ସର୍ତ୍ତାବଳୀ ସାଙ୍ଗକୁ ପ୍ରୋମୋସନ ଦାବିରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବ ସଂଘ । ୧୮ ତାରିଖରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାରେ ସହଯୋଗ କଲେ ବି ମୂଲ୍ୟାୟନ କରିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ ।