ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅନ୍ୱେଷା ଛାତ୍ରୀ ନିବାସର ଛାତ୍ରୀଙ୍କୁ ନିର୍ଯାତନା କେଳେଙ୍କାରି ଘଟଣାରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ।
ହଷ୍ଟେଲ ପରିଚାଳନା ଗତ ତୃଟି ସାଙ୍ଗକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି,ତାକୁ ଭିତ୍ତିକରି ନିଲମ୍ବନ ଆଦେଶ ଦିଆଯାଇଛି।
ସୁଚନା ଥାଉକି ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ, ଅନ୍ୱେସା ଛାତ୍ରଛାତ୍ରୀ ଓ ସେଠାକାର କର୍ମଚାରିଙ୍କ ଉପରେ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗକୁ ଭିତ୍ତିକରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ତ୍ୱର ହୋଇ ଉଠିଛି ପ୍ରଶାସନ ।ପ୍ରଥମେ ରାଜେନ୍ଦ୍ର ସାହୁଙ୍କୁ ଅନ୍ୱେସା ଦାୟିତ୍ବରୁ ହଟାଯାଇ ବଦଳି କରାଯାଇଥିଲା । ଏହାପରେ ଜନ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଦୁଇଟି ଟିମ ଗଠନ କରି ପୃଥକ ପୃଥକ ଭାବେ ବିଭିନ୍ନ ଦିଗକୁ ନେଇ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ତଦନ୍ତ କରିଥିଲେ । ଗତକାଲି ତଦନ୍ତ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।