ବିପ୍ଲବୀ ପରିକ୍ରମା ଡିଜିଟାଲ :-:ବଦଳିଲେ ଓଡି଼ଶା କଂଗ୍ରେସ ପ୍ରଭାରୀ । AICC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁ ହେଲେ ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ । ନୂଆ ପିସିସି ସଭାପତି ଘୋଷଣା ପରେ ଆଜି ଓଡି଼ଶା ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ମିଳିଛି । ସେପଟେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ୪ଟି ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଅପରପକ୍ଷେ ବିଜେପିର ନୂଆ ମୁଖିଆ ଦିନେ ଦୁଇ ଦିନ ଭିତରେ ମିଳିବ ବୋଲି ଆଜି କୋର କମିଟି ବୈଠକ ପରେ ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଅଜୟ କୁମାର ଲଲ୍ଲୁ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପିସିସି ସଭାପତି । ତାଙ୍କର ବହୁ ଅନୁଭୂତି ରହିଛି , ଅଜୟ ଲଲୁ ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି । ଉତ୍ତରପ୍ରଦେଶରେ ଦୁଇ ଥର ବିଧାୟକ ହୋଇଛନ୍ତି ଲଲୁ । ସେହିପରି ସପ୍ତଗିରି ଉଲାକା ୪ ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ମଣିପୁର, ସିକ୍କିମ, ନାଗଲାଣ୍ଡ ଏବଂ ତ୍ରିପୁରା ଦାୟିତ୍ୱ ଦେଲା AICC ।