୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତ ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ । ବକେୟା ଦରମା ନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଦ୍ୱାରା ୬୨ ହଜାରରୁ ଊର୍ଦ୍ଧ୍ବ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଉପକୃତ ହେବେ । ରାଜ୍ୟରେ ୬୨ ହଜାର ୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ କାର୍ଯ୍ୟରତ ଅଛନ୍ତି । ୨୦୨୪ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେବେ ଠାରୁ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ଏମବିକେ ଓ ପ୍ରାଣୀମିତ୍ରଙ୍କ ଦରମା ଅଟକି ଯାଇଥିଲା । ଜୁନ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା, କିନ୍ତୁ ରାଜ୍ୟରେ ସରକାର ବଦଳିଥିଲା । ଫଳରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ ।

LEAVE A REPLY

Please enter your comment!
Please enter your name here