ବିକାଶରେ ବାଧକ ସାଜିଛି ପୋଲ : ବାର ବର୍ଷ ପରେ ମଧ୍ୟ ସରିନି ପୋଲ ନିର୍ମାଣ   

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନଦୀପାର ନହେଲେ ଚାଲେନାହିଁ ସଂସାର , ଜୀବନକୁ ବାଜିରେ ଲଗାଇ ପାଣିରେ ପସି ନଦୀପାର ହୁଅନ୍ତି ଲୋକେ । ପଞ୍ଚାଯତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଟ ବଜାର , ମେଡିକାଲ , କଲେଜ ଯେକୈାଣଶି ସ୍ଥାନକୁ ଜିବାକୁ ହେଲେ ପାର ହେବାକୁ ପଡେ ନଦୀ । ଛାତ୍ର ଛାତ୍ରୀଙ୍କ ସ୍କୁଲ ଜିବା ହେଉ ଅବା ରୋଗି ଓ ଗର୍ଭବତି ମହିଳା ସ୍ୱାସ୍ଥ୍ୟ ସେବା ପାଇବା ଏଠି ସଂଘର୍ଷମୟ । ଗ୍ରାମାଞ୍ଚଳର ବିକାସ ତଥା ଲୋକଙ୍କ ସମସ୍ୟାକୁ ଦୁର କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗିୟ ତପ୍ତରତା ଅଭାବରୁ କିମ୍ବା ବୈଷୟୀକ ତୃଟି ଯୋଗୁ ବର୍ଷ ବର୍ଷ ଧରି ଅଧପାନ୍ତରିଆ ଭାବରେ ପଡି ରହିଛି ନିର୍ମାଣ କାର୍ଯ୍ୟ ଫଳରେ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ଅଞ୍ଚଳବାସୀ । ପୋଲଟିଏ ପାଇଁ ସମସ୍ୟା ଭୋଗୁଛନ୍ତି ଚାରିଗୋଟି ପଞ୍ଚାଯତ ଯଥା ଅଞ୍ଚଳା , ମୁରୁସିଂ, ବୁରୁଜି , କଳମା ସିଂ, ଏସ କଳମା ସିଂ, ତୁଡୁମୁଲୂ ପଞ୍ଚାଯତର ପ୍ରାୟ ୨୫ ରୁ ଅଧିକ ଗ୍ରାମବାସୀ ।

ସାମାନ୍ୟ ବର୍ଷା ହେଲେ ନଦୀର ଜଳସ୍ତର ବୃଦ୍ଦିପାଇଲେ ନଦୀପାର ହେବା କଷ୍ଟକର ହୋଇପଡେ। ରୋଗି ତଥା ଗର୍ଭବତୀଙ୍କ କ୍ଷେତ୍ରରେ ଏହା ଅତି ଦୁଃଖଦାୟକ , ଜୀବନକୁ ବାଜି ଲଗାଇ ବାଧ୍ୟ ନଦୀପାର ସମୟରେ ଅନେକ ଭାସି ଯାଇ ମୁର୍ତ୍ୟ ବରଣ କରିଥିବା ନଜିର ରହିଛି , ଯାହାକୁ ଦୃଷ୍ଟିରେ ରଖୀ ସରକାର ୨୦୧୨ ମସିହାରେ କରଡ଼ାସିଂ ଠାରେ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ୧୨ ବର୍ଷରୁ ଉର୍ଦ୍ଧ ପରେ ବି ସରିନି ନିର୍ମାଣ କାର୍ଯ୍ୟ।ତେଣୁ ଆଜି ଅଞ୍ଚଳା , ମୁରୁସିଂ, ବୁରୁଜି , କଳମା ସିଂ, ଏସ କଳମା ସିଂ, ତୁଡୁମୁଲୂ ,ମରିସିଂ ଇତ୍ୟାଦି ଗ୍ରାମର କିଛି ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି | ନିର୍ମାଣ କାର୍ଯ୍ୟ ସମ୍ପରକରେ ପ୍ରଶାସନ ସ୍ଵଷ୍ଠ କରୁ ନଚେତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଏବଂ ଆଗାମୀ ପଞ୍ଚାଯତ ନିର୍ବାଚନ ରେ ସାମିଲ ହେବୁନାହି ବୋଲି ଧମକ ଦେଇଛନ୍ତି , ବେନାଳ ରାଉତ, ଯବାନୁ ଭୂୟାଁ, ସୋମେଶ ମିଶଲ, ବିନୟ ଜେନା, ଭାନୁ ପାଣି, ପବିତ୍ର କୁମାର, ଉଦୟ ଜେନା, ଉଦ୍ଧବ ବିଶ୍ୱାଳ ସୁଦର୍ଶନ ପାଣି ପ୍ରମୁଖ ଗ୍ରାମବାସୀ । ତେବେ ଏ ସମ୍ପରକରେ ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ସୁଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

LEAVE A REPLY

Please enter your comment!
Please enter your name here