ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। ତାହା ୨୦୨୪-୨୫ରେ ଉପସ୍ଥାପନ କରାଯାଇଥିବା ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ତୁଳନାରେ ୯.୪୩ ପ୍ରତିଶତ ଅଧିକ। ଏଥର ବଜେଟ୍ରେ ଗରିବ, ଚାଷୀ, ମହିଳା କଲ୍ୟାଣ, ଗ୍ରାମୀଣ ବିକାଶ, ସହରାଞ୍ଚଳ ଓ ଜଳସେଚନର ଉନ୍ନତି, ପୁଞ୍ଜିନିବେଶ, ବନ୍ଦର ଭିତ୍ତିକ ଶିଳ୍ପ ବିକାଶ, ଶିଳ୍ପାୟନ ଓ ସାର୍ବଜନୀନ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ସରକାର ସବୁ ବର୍ଗକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହ ୫୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ବଜେଟ୍ ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ବଜେଟରେ ୧୬ଟି ନୂଆ ଯୋଜନା:-
ଅନ୍ତୋଦୟ ଗୃହ ଯୋଜନା ପାଇଁ 2603 କୋଟି । ସୁଭଦ୍ରା ସୁରକ୍ଷାରେ 153 କୋଟି । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ 30 କୋଟି । ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ 200 କୋଟି । ଓଡିଶା ପୃଷ୍ଟି ମିଶନରେ 100 କୋଟି । ବକୁଳବଳ ଉନ୍ନୟନ ପାଇଁ 50 କୋଟି । ଆମ ଶିମିଳିପାଳ ଯୋଜନାରେ 50 କୋଟି । ମଡେଲ୍ ମଣ୍ଡି ପାଇଁ 50 କୋଟି । ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି । ପ୍ରବାସୀ ଓଡିଆ ସମ୍ପର୍କ ପାଇଁ 10 କୋଟି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 12 କୋଟି । ଦକ୍ଷିଣ ଓଡିଶା ବିକାଶ ପରିଷଦକୁ 200 କୋଟି । ସ୍ୱଚ୍ଛ ଓଡିଶା ପାଇଁ 261 କୋଟି । ଆମେ ପଢିବା ଆମ ଭାଷାରେ ଯୋଜନାରେ 25 କୋଟି । ଅଟଳ ବସ ଷ୍ଟାଣ୍ଡ ପାଇଁ 1266 କୋଟି । ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଏହି 5 ବିଭାଗକୁ ସର୍ବାଧିକ ବ୍ୟୟ ବରାଦ,ଅର୍ଥ ବିଭାଗକୁ 63511.91 କୋଟି,ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ- 31185.47 କୋଟି,ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ- 28451 କୋଟି,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- 22741 କୋଟି,ଜଳ ସମ୍ପଦ ବିଭାଗ- 14,894 କୋଟି ବ୍ୟୟ ବରାଦ ହୋଇଛି l