ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ସକାଳୁ ୭ ଟା ସମୟରୁ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରିଛି ସିବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ଆଜି ତାଙ୍କ ବାସଭବନରେ ଚଢ଼ାଉ କରିଛି ସିବିଆଇ । ଏହି ଚଢ଼ାଉକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଷ୍ଣପଦ ସେଠୀ । ବରିଷ୍ଠ IAS ଅଧିକାରୀ କହିଛନ୍ତି ମୋ ନାଁରେ କୌଣସି ୠଓଜ ନାହିଁ । ବିନା କାରଣରେ ଆସି ମୋ ଘରେ ରେଡ୍‌ କରୁଛି ସିବିଆଇ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ଚଞ୍ଚଳ ମୁଖାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କିନ୍ତୁ ସିବିଆଇ ଟିମ୍‌ ତାଙ୍କୁ ନଧରି ଆମ ଘରେ ଆସି ରେଡ୍‌ କରୁଛନ୍ତି । ବ୍ରିଜ୍ ଆଣ୍ଡ ରୁଫ୍‌ କମ୍ପାନୀ ସହ ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି ସିବିଆଇ । ବିଷ୍ଣୁପଦ ସେଠୀ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହେଉଥିବା ବି ଦେଖିବାକୁ ମିଳିଥିଲା । ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି ସେ ସବୁ ସମନରେ ଯାଇ ହାଜର ହୋଇଛନ୍ତି । ସିବିଆଇ ଟିମ୍‌ ଆମ ସହିତ ଜବରଦସ୍ତ କରିଛନ୍ତି । ଖାଲି ମୋ ଘରେ ନୁହେଁ ମୋ ଝିଅ ବର୍ତ୍ତମାନ ଆଇଆଇଏମ୍‌ରେ ପାଠ ପଢ଼ୁଛି ଏମାନେ ସେଠାକୁ ଯାଇ ବି ତାକୁ ହଇରାଣ କରିଛନ୍ତି । ସେ ୨୦୧୪-୧୫ରୁ ମାନସିକ ଅବସାଦ ଗସ୍ତ ରହିଛି । ତାର ଯଦି କିଛି ହୁଏ, ତାହେଲେ ଏମାନେ ହିଁ ଦାୟୀ ରହିବେ ।

LEAVE A REPLY

Please enter your comment!
Please enter your name here