ରାୟଗଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ତେଜିଲା ରାୟଗଡା ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ I ସୁଧୀର ଗଡ଼ରେ ଭାସ୍କର ମୁଖ୍ୟ ଆକର୍ଷଣ I ଉଦଘାଟନ ସମାରୋହ ରୁ ଅନୁପସ୍ଥିତ ରହିଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ଶାରକା ଓ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସI ହେଲେ ବିଷମକଟକ ରେ ହତାଶ ବିଜେଡି କର୍ମୀ I କୋଉ ନେତାଙ୍କ ଆଡକୁ ଢଳିବେ, କାହାକୁ ଛାଡ଼ିବେ ତାହାକୁ ନେଇ ଦ୍ଵନ୍ଦରେ ବିଜେଡି କର୍ମୀ I ଯାହାକୁ ନେଇ ଏବେ ଚର୍ଚ୍ଚାରେ ବିଷମକଟକ ବିଜେଡି ରାଜନୀତିI ରାୟଗଡା ଜିଲ୍ଲା ବିଷମକଟକ ସଦର ବ୍ଲକ ନେତାଜୀ କ୍ଳବର ନୂତନ କୋଠା ଉଦଘାଟନ ଅବସରରେ ରାଜ୍ୟ ସଭା ସାଂସଦ ମୁନା ଖାଁ ଓ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବର୍ତମାନର ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା I ହେଲେ ଏହି ଅବସରରେ ଜଗନ୍ନାଥ ଶାରକାଙ୍କୁ ନିମନ୍ତ୍ରଣ କରାଯାଇଥିବା ସତ୍ୱେ ସେ ଯୋଗ ଦେଇନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଥିବା କୁହାଯାଉଛି I ତେଵେ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସଙ୍କୁ ଏହି ଉଦଘାଟନ ସମାରୋହ ପାଇଁ କୁଆଡେ ନିମନ୍ତ୍ରଣ ଦିଆଯାଇନଥିବା ଗୁଜବ ଜୋର ଧରିଛି I ଏହି କାରଣ ଯୋଗୁଁ ତାଙ୍କ ନିକଟତମ ସହଯୋଗୀ କୁହାଯାଉଥିବା ଶାରକା ମଧ୍ୟ ଲୋକଙ୍କ ଭାବନାକୁ ହେୟ ମଣି ଅନୁପସ୍ଥିତ ରହିବା ଘଟଣା ବିଜେଡିରେ ସବୁ କିଛି ଠିକ ନାହିଁ ବୋଲି ପ୍ରମାଣିତ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି I ତେବେ ଭାସ୍କର, ସୁଧୀରଙ୍କ ଲଢେଇ ମଧ୍ୟରେ କର୍ମୀଙ୍କ ଏକ ବିରାଟ ବଡ଼ ବର୍ଗ ଏବେ ଦୋ ଛକି ରେ ଥିବା ଦେଖିବାକୁ ମିଳିଛି I ସୁଧୀରଙ୍କ ସହ ପୂର୍ବତନ ମନ୍ତ୍ରୀ ଅନୁପସ୍ଥିତ ଥିବାରୁ ଏହି ଉଦଘାଟନରୁ ସୁଧୀର ଗୋଷ୍ଠୀ ଦୁରେଇ ରହିଥିଲେ I ଅନ୍ୟପଟେ ଭାସ୍କର ରାଓ ଅତିଥି ହୋଇଥିବାରୁ ଭାସ୍କର ଗୋଷ୍ଠୀ ଅତି ଉତ୍ସାହିତ ଥିବା ଦେଖିବାକୁ ମିଳିଛି I ନିର୍ବାଚନ ଫଳାଫଳ ଆସିବା ପର ଠାରୁ ସୁଧୀର ଦାସ ସାଙ୍ଗଠନିକ କ୍ଷେତ୍ରରେ ସକ୍ରିୟ ନଥିବା ଯୋଗୁଁ ତାଙ୍କ ସହଯୋଗୀ ବର୍ତମାନ ଭାସ୍କର ରାଓଙ୍କ ଆଡ଼କୁ ଢଳୁ ଥିବା କୁହାଯାଉଛି I ଅନ୍ୟପଟେ ଆଜିର ଏହି ଉଦଘାଟନ ସମାରୋହରେ ଭାସ୍କରଙ୍କ ଉପସ୍ଥିତି ବିଜେଡି ରାଜନୀତିରେ ତାଙ୍କ ଦବା ଦବା ଆଜି ମଧ୍ୟ କାୟମ ଥିବା ରାଜନୈତିତ ବିଶେଷଜ୍ଞ ପ୍ରକାଶ କରିଛନ୍ତି I ଦୀର୍ଘ ୨୫ ବର୍ଷର ରାଜନୀତି ଭିତରେ ନିଜ ପାଇଁ ପାର୍ଟି ଅଫିସ ଖଣ୍ଡେ ନିର୍ମାଣ କରିପାରିନଥିବା ବିଜେଡି ଦଳର ବିଷମକଟକ ବିଜେଡି ପାର୍ଟି ଅଫିସ ନିର୍ମାଣ ପାଇଁ ୧୦ ଲକ୍ଷ୍ୟ ଟଙ୍କା ଦେବା ପାଇଁ ଆଜି ଭାସ୍କର ରାଓ ଘୋଷଣା କରିଥିଲେ ଓ ରାଜ୍ୟସଭା ସାଂସଦ ମୁନା ଖାନ ୫ ଲକ୍ଷ ଦେବା ପାଇଁ ଜଣାପଡିଛି l ଯାହା ସୁଧୀରଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ବୋଲି କୁହାଯାଉଛି I ଅନୁପସ୍ଥିତି ନେଇ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ I ଅନ୍ୟପଟେ ସମସ୍ତଙ୍କୁ ନିମନ୍ତ୍ରଣ କରାଇଥିବା ବେଳେ ବ୍ୟସ୍ତତା ଯୋଗୁଁ ଅନେକ ବ୍ୟକ୍ତି ବିଶେଷ ଅନୁପସ୍ଥିତ ଥିବା ପୂର୍ବତନ ଖଦି ବୋର୍ଡ ସଦସ୍ୟ ପୃଥିବୀରାଜ ସାହୁ ପ୍ରକାଶ କରିଛନ୍ତି I ତେବେ ଏହି ଅବସରରେ ଜିଲ୍ଲା ଉପସଭାପତି ତ୍ରିପତି ବାନାଗଡି, ବ୍ଲକ ବିଜେଡି ସଭାପତି ଦେବି ପ୍ରସାଦ ପଟନାୟକ, ଜ୍ୟୋତି ସାହୁ, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ବିଜେଡି ନେତା ଉପସ୍ଥିତ ଥିଲେ I