ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ୨୪ ଘଣ୍ଟା ନ ପୂରୁଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦେଖାଇଲା ତତ୍ପରତା, ଉଦ୍ଧାର କଲା ଆନ୍ଦ୍ର ରେ ଫସି ରହିଥିବା ୨ ମହିଳା ସହିତ ଜଣେ ନାବାଳିକା l ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ପଂଚାୟତ ର ଲକ୍ଷ୍ମୀ ସେଠି @ ବେବିନା, ସୁବଦୀ ନାୟକ ନାମକ ଦୁଇ ମହିଳା ,ଶ୍ରୀୟା ନାୟକ ନାମକ ଜଣେ ନାବାଳିକା ଗତ ଅକ୍ଟୋବର ୭ ତାରିଖ, ୨୦୨୪ ଦିନ ଭାରମା ମେରାଇନ, ଲେଡ଼ିଜ ହଷ୍ଟେଲ, ଆଦିଆନ୍ଦ୍ରାପଲ୍ଲୀ, ମୋଗଲଠୂର, ୱେଷ୍ଟ ଗୋଦାଭାରୀ ଡିଷ୍ଟ, ଆନ୍ଦ୍ର ପ୍ରଦେଶରେ କାମ କରିବାକୁ ଯାଇ ଫସି ରହିଥିଲେ l ନା ଦରମା ପାଉଥିଲେ ନାହିଁ ଘରକୁ ଫେରିପାରୁଥିଲେ l ଓଲଟା ଅନେକ କଷ୍ଟ ଯନ୍ତ୍ରଣା ସହି ବନ୍ଦୀ ଭଳି ସେ ଭିତରେ ରହି ବାହାରିବାକୁ ସଙ୍ଘର୍ଷ କରୁଥିଲେ l ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ଅନୁରୋଧ ପୂର୍ବକ ଏକ ଭିଡିଓ କରି ସେଠୁ ଉଦ୍ଧାର କରିବା ସହ ଜୀବନ ବଞ୍ଚାଇବା ପାଇଁ ନେହୁରା ହୋଇଥିଲେ l ଉକ୍ତ ଭିଡିଓ ଏବଂ ପୀଡିତାଙ୍କ ଭାଇ ତଥା ପରିବାର ବର୍ଗଙ୍କ ପ୍ରଶାସନ କୁ ଅବଗତ କରାଇବା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି l

ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲା ଶ୍ରମ ଅଧିକାରୀ ବା DLO ବ୍ରହ୍ମପୁର ସୋମନାଥ ମଲ୍ଲିକଙ୍କ ସମେତ ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ ଯୋଗୁଁ ଏହି କାମ ଅତି ସଫଳତାର ସହ ଶୀଘ୍ର ହୋଇପାରିଛି l ଅନେକ କଷ୍ଟ ଯନ୍ତ୍ରଣା ରୁ ମୁକ୍ତିଲାଭ କରି ଘରକୁ ଫେରିଲୁ ଏବଂ ଆମେ ବହୁତ ଖୁସି ବୋଲି ଝିଅ ମାନେ କହିଛନ୍ତି ତା ଛଡା ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି l ତେବେ ଭବିଷ୍ୟତରେ ଆମ ଭଳି ଭୁଲ କେହି ନ କରନ୍ତୁ ଏବଂ ବୁଝା ସୁଝା କରି କାମ କରନ୍ତୁ ବୋଲି ପରିବାର ବର୍ଗ କହିଛନ୍ତି l ଦିଗପହଣ୍ଡି ବିଡ଼ିଓଙ୍କ ସାହାର୍ଯ୍ୟରେ ସେମାନେ ନିଜ ନିଜ ଘରେ ବ୍ରହ୍ମପୁର ଷ୍ଟେସନ ଠାରୁ ପହଂଚିଥିବା ସୂଚନା ମିଳିଛି l