ଖୋଲିଲା ରାସନ କାର୍ଡ ପୋର୍ଟାଲ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖୋଲିଲା ରାସନ କାର୍ଡ ପୋର୍ଟାଲ । ନୂଆ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ହିତାଧିକାରୀ।ପୋର୍ଟାଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । “ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ ନାମ ତାଲିକାରୁ କାଟି ଦିଆଯାଇଛି । କେତେକ ଚାକିରିଆ ହିତାଧିକାରୀ ନିଜ ତରଫରୁ ରାସନ କାର୍ଡ ଫେରାଇଛନ୍ତି । ଅନ୍ୟପଟେ ଆୟକରଦାତା ରାସନ କାର୍ଡ ହିତାଧିକାରୀଙ୍କ ଉପରେ ଯାଞ୍ଚ ଚାଲିଛି । ତେବେ ଯୋଗ୍ୟ ହିତାଧିକାରୀ ହିଁ ରାସନ କାର୍ଡ ପାଇବେ ” ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here