ନୟାଗଡ ନିକଟରେ ଗଚ୍ଛିତ ଲୁହାପଥର ଚୋରା ଚାଲାଣ ବେଳେ ଦୁଇ ଟ୍ରକ୍ ସହ ଚାରି ଚକିଆ ଜବତ ଓ ୫ ଗିରଫ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ଲୁହାପଥର ଅସୁରକ୍ଷିତ ଅବସ୍ଥାରେ ରହିଛି। ଫଳରେ ଦୈନିକ ଖଣି ମାଫିଆ ମାନେ ଏହି ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବା ବେଳେ ଖଣି ବିଭାଗ ଟେର ପାଇ ପାରୁନାହିଁ। ମାତ୍ର ପୋଲିସ୍ ଓ ବନ ବିଭାଗର ସକ୍ରିୟତା ପାଇଁ ସମୟ ସମୟରେ ଚଢାଉ କରି ଖଣିଜ ଚୋରାଚାଲାଣ ଉପରେ କିଛିଟା ନିୟନ୍ତ୍ରଣ ହୋଇଛି। ଗଚ୍ଛିତ ଲୁହାପଥରର ସୁରକ୍ଷା, ଜଗୁଆଳି ବ୍ୟବସ୍ଥା ଖଣି ବିଭାଗ କରି ନ ପାରିବାରୁ ମାଫିଆ ମାନେ ଅନାୟସରେ ଶହ ଶହ କୋଟିର ମୂଲ୍ୟବାନ ଖଣିଜ ପଦାର୍ଥ ଚୋରା ଚାଲାଣ କରି ମାଲେମାଲ୍ ହେଉଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି। ଏପରି ଘଟଣା ପୁଣି ଦେଖିବାକୁ ମିଳିଛି ଯୋଡ଼ା ଖଣି ମଣ୍ଡଳ ତଥା ବାମେବାରୀ ଥାନା ଅଂଚଳରେ। ସୂଚନା ମୁତାବକ ଏହି ଥାନା ଅନ୍ତର୍ଗତ ନୟାଗଡ ନିକଟରେ ଖଣି ବିଭାଗ ପକ୍ଷରୁ ଜବତ୍ ହୋଇ ଗଚ୍ଛିତ ରହିଥିବା ଲୁହା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ବାମେବାରୀ ପୋଲିସ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ମାଫିଆ ମାନେ ଫେରାର ହେଉଥିବା ବେଳେ ପୋଲିସ ତାଙ୍କ ପିଛା କରି ଦୁଇଟି ଟ୍ରକ୍ ଓ ଗୋଟିଏ ଚାରି ଚକିଆ ଗାଡି ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here