ବ୍ରହ୍ମପୁରରେ “ମୁଁ ବି ହେବି ନବୀନ ଓଡ଼ିଶାର ସାରଥି” କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ରାଜ ରାଜନୈତିକ କ୍ଷେତ୍ରରେ ଗଞ୍ଜାମ ହେଉଛି ରାଜ୍ୟର ରୋଲ୍ ମଡେଲ୍ । ଏହି ଜିଲ୍ଲା ଅତୀତ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦେଇଥିବାରୁ ରାଜ୍ୟବାସୀ ଗଞ୍ଜାମ ଜିଲ୍ଲାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ବୋଲି ବିଜେଡିର ବହୁ ବିଧାୟକ ମତବ୍ୟକ୍ତ କରିଛନ୍ତି। ବିଜେଡି ପକ୍ଷରୁ ସ୍ଥାନୀୟ ଗଜପତି ନଗର ଠାରେ ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବହୁ ଯୁବ ଓ ଛାତ୍ର ନେତୃବୃନ୍ଦ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ । ଅତିଥି ଭାବେ ବିଜେଡି ଯୁବ ବ୍ୟାପାର ଦାୟିତ୍ବରେ ଥିବା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ସମସ୍ତଙ୍କୁ ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ବାନ୍ ଦେଇଥିଲେ। ଆସନ୍ତା ୫ ଦିନ ମଧ୍ୟରେ ଉଭୟ ଜିଲ୍ଲାର ସମସ୍ତ କଲେଜରେ କ୍ୟାମ୍ପସ୍ କମିଟି ଗଠନ ସହ ନୂତନ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଇବାକୁ କହିଥିଲେ । ଦଳର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବର୍ତ୍ତମାନ ସମସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଏକ ନମ୍ବର ରହିଛି, ଆଗାମୀ ଦିନରେ ଏହି ଧାରାକୁ ଜାରି ରଖିବାକୁ ବିଧାୟକ ବଳବନ୍ତ ରାୟ ଆହ୍ବାନ୍ ଦେଇଥିଲେ। କ୍ୟାମ୍ପସ୍ କମିଟି ଗଠନ, ନୂତନ ଭୋଟରଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା, ବ୍ଲକ୍‌ସ୍ତରରେ କବାଡ଼ି, ଖୋ-ଖୋ, କ୍ରିକେଟ୍, ଫୁଟବଲ୍ ଓ ଭଲିବଲ୍‌ କ୍ରୀଡ଼ା ପାଇଁ ନୂତନ ଟିମ୍ ଗଠନ କରି ନୂତନ ପ୍ରତିଭା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସରକାର ପକ୍ଷରୁ ଆରମ୍ଭ ହୋଇଥିବା ସୁଶାସନ ଓ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ  ପହଞ୍ଚାଇବା ଓ ୫-ଟି ମନ୍ତ୍ରକୁ ପ୍ରାଧାନ୍ୟ ଦେବାକୁ ବିଧାୟକ ବ୍ୟୋମକେଶ ରାୟ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ମହାମାରୀ ମୁକାବିଲାରେ ସାରା ଦେଶରେ ଓଡ଼ିଶା  ସରକାର ଏକ ନମ୍ବର ହୋଇଛି। ତେଣୁ ସମସ୍ତ ସଦସ୍ଯ ଏଥିରେ  ସାମିଲ ହେବାକୁ ଆହ୍ବାନ୍ ଦିଆଯାଇଥିଲା ।

ତେବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଧାୟିକା ଲତିକା ପ୍ରଧାନ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଧାୟକ ସୁବାସ ବେହେରା, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଏମସି ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ସଭାପତି ଅଞଳି ସ୍ବାଇଁ, ରାଜ୍ୟ କୃଷି ନିଗମ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ଉପସଭାପତି ଏସ୍.ରାଜେଶ୍ବରୀ ଦୋରା, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର, ଜୋନ୍ ମହିଳା ସଭାନେତ୍ରୀ ମମତା ବିଷୋୟୀ, ଜୋନ୍ ଯୁବ ସଭାପତି ନଚିକେତା ସ୍ବାଇଁ, ଜୋନ୍ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ, ଗଞ୍ଜାମ ଯୁବ ସଭାପତି ଭବାନୀ କାନ୍ତ ସାହୁ, ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, କନ୍ଧମାଳ ଜିଲ୍ଲା ଯୁବ ସଭାପତି ବିଷ୍ଣୁଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠୀ, ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ୍ ପଣ୍ଡା, ଛାତ୍ର ସଭାପତି ଶୋଭନ୍ ନାୟକଙ୍କ ସମେତ ମହାନଗର ନିଗମର ସମସ୍ତ ଦଳୀୟ କର୍ପୋରେଟର, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଜିଲ୍ଲା, ବ୍ଲକ୍‌, ପୌରାଞ୍ଚଳ, ଏନ୍‌ଏସିର ସଭାପତିଙ୍କ ସମେତ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here