ବିପ୍ଲବୀ ପରିକ୍ରମା ଡିଜିଟାଲ :- ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ତାଙ୍କୁ ବାରିମୂଳରେ ଥିବା ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବୁଧବାର ଦିନ ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି ଯେ, ସାରଥୀ ଓରଫ ସନ୍ତୋଷ କେନ୍ଦ୍ରାପଡ଼ାରେ ରାତି ବିତାଇ ପାରିବେ ନାହିଁ, ସେ ସକାଳ ସାଢ଼େ ୫ରୁ ସନ୍ଧ୍ୟା ୫ଟା ମଧ୍ୟରେ କେନ୍ଦ୍ରାପଡ଼ାରେ ରହିପାରିବେ। ଏଥିପାଇଁ, ତାଙ୍କୁ ତାଙ୍କ ଗସ୍ତର ସାତ ଦିନ ପୂର୍ବରୁ ଟ୍ରାଏଲ୍ କୋର୍ଟକୁ ଜଣାଇବାକୁ ପଡିବ। ତାଙ୍କୁ ତାଙ୍କ ଗସ୍ତ ବିଷୟରେ ପୁଲିସକୁ ମଧ୍ୟ ଜଣାଇବାକୁ ପଡିବ, ତାଙ୍କ ଭାଇଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା ଯୋଗୁଁ ଭାଇଙ୍କୁ ଦେଖା କରିବା ପାଇଁ ଉଦେଶ୍ୟରେ କୋର୍ଟ ଏହି ରାୟ ଦେଇଛନ୍ତି l
ତେବେ ଏହାକୁ ନେଇ ଏବେ ସନ୍ତୋଷଙ୍କ ଅନୁଗାମୀ ମାନେ ଯେତିକି ଖୁସି ସନ୍ତୋଷଙ୍କୁ ନେଇ ସେତିକି ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି ନାନା ଚର୍ଚ୍ଚା ମଧ୍ୟରେ ସନ୍ତୋଷ ତାଙ୍କ ସମର୍ଥକଙ୍କୁ ନେଇ ବାରିମୂଳ ଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ସାରଥୀ ବାବା ନାମରେ ବେଶ ଖ୍ୟାତ ଥିଲେ ସନ୍ତୋଷ ରାଉଳ । ୨୦୧୫ ବେଳକୁ ପୂରା ପିକରେ ଥିଲା ବାରିମୂଳ ଆଶ୍ରମ । ସବୁଠି ଚର୍ଚ୍ଚା । ଏହାରି ମଧ୍ୟରେ ବିବାଦୀୟ ବି ହାଇଥିଲେ । ପାଦରେ ତୁଳସୀ ଥୋଇବା, ସିମେଣ୍ଟ ଗାଈରୁ କ୍ଷୀର ବାହାର କରିବା, ଜନ୍ମାଷ୍ଟମୀରେ ଆଣ୍ଠୁଆ ଗୋପାଳ ଲୀଳା କରିବା ଶେଷରେ ହାଇଦ୍ରାବାଦକୁ ଯୁବତୀଙ୍କୁ ନେଇ ଯିବା ଘଟଣା ତାଙ୍କୁ ବିପଦକୁ ଟାଣିଥିଲା । ସ୍ଥିତି ଏପରି ହେଲା ଯେ, ପୂରା କେନ୍ଦ୍ରାପଡ଼ା ଥରହର ହୋଇଥିଲା । ଏଥିରେ ଅନେକ ନେତା ଓ ଅଫିସର ସମ୍ପୃକ୍ତ ଥିବାରୁ ସୁରକ୍ଷା ଦେବାକୁ ଯୋଜନା କରାଯାଇଥିଲା । ହେଲେ ସନ୍ତୋଷଙ୍କ କାରନାମା ପଦାକୁ ଆସିବା ପରେ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ହାଇକୋର୍ଟରେ ମାମଲା ଚାଲିଥିଲା । ବାରିମୂଳ ଆଶ୍ରମରେ ତାଙ୍କୁ ରଖିବାକୁ ଦିଆଗଲା ନାହିଁ । ସେଠାକୁ ନଯିବାକୁ ନିର୍ଦ୍ଦେଶ ହୋଇଥିଲା । ଇତିମଧ୍ୟରେ ସନ୍ତୋଷ ଜେଲରୁ ବାହାରି ସାରିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କ ଅନୁଗାମୀ ମାନେ ପୂଜାର୍ଚ୍ଚନା କରୁଛନ୍ତି । ସନ୍ତୋଷଙ୍କ ଫଟୋ ଧରି ଆରମ୍ଭ ହେଲାଣି ଧର୍ମ ବେପାର । ଏହାରି ମଧ୍ୟରେ ଆଜି ସନ୍ତୋଷଙ୍କ ବାରିମୂଳ ଆଶ୍ରମ ପ୍ରବେଶ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି ହାଇକୋର୍ଟ । ଏବେ ସନ୍ତୋଷ ବାରିମୂଳ ଆଶ୍ରମ ଯାଇ ପାରିବେ । ଯଦି ଆଶ୍ରମ ଯିବେ, ତେବେ ସେଠାରେ ପୁଣି ଲୀଳାଖେଳା ଚାଲିବ ବୋଲି କୁହାଯାଉଛି । ଲୋକଙ୍କୁ ଭୂଆଁ ବୁଲାଇ ଧର୍ମର ବେପାର ଚାଲିବ ବୋଲି ଚର୍ଚ୍ଚା ହେଉଛି । ଦେଖାଯାଉ ସନ୍ତୋଷ ବାରିମୂଳକୁ ଯାଇ ପୂର୍ବ ଭଳି ନିଜକୁ ଭଗବାନ କହୁଛନ୍ତି ନା ମଣିଷ ହୋଇ ରହୁଛନ୍ତି?