ଅସହ୍ୟ ତାତିରେ ଜଳୁଛି ଓଡ଼ିଶା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆହୁରି ବଢ଼ିବ ତାତି । ଆସନ୍ତା ୯ ତାରିଖରୁ ବଢ଼ିବ ତାପମାତ୍ରା । ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବାହିତ କରିବାର ସମ୍ଭାବନା ଥିବାରୁ ଥଣ୍ଡା ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏପଟେ ଏବେ ହ୍ରାସ ପାଇଛି ଦିନ ତାପମାତ୍ରା । ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଥିବା ବେଳେ ଉପକୂଳରେ ୨ ଡିଗ୍ରୀ ହ୍ରାସ ପାଇଛି ।ଗୁରୁବାର ରାତିରେ ଅଧିକାଂଶ ସହରର ସର୍ବନିମ୍ନ ତପମାତ୍ରା ୧୫ ଡିଗ୍ରି ତଳକୁ ଖସିବା ସହ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିଲା । ଆଜି ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ‌ ତେବେ ପରବର୍ତ୍ତୀ ୪ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here