ନିଆଁ ସାରିଦେଲା ସବୁକିଛି

0

ଉଦଳା (ବିପ୍ଲବୀ ପରିକ୍ରମା ଡିଜିଟାଲ) :- ଆଖି ପିଛୁଳାକେ ସବୁ କିଛି ଜଳି ପୋଡି ନଷ୍ଟ ହୋଇଗଲା, ଚାହିଁଲେ ମଧ୍ୟ ରଖିପାରୁନଥିଲେ.. ଅଚାନକ ରାତିରେ ହୋଇଉଠିଲା ଅଗ୍ନିକାଣ୍ଡ, ଆଉ ଏହି ଅଗ୍ନିକାଣ୍ଡ ରେ ଆଖି ସାମ୍ନାରେ ଜଳିଗଲା ସମଗ୍ର ଘର ସହ ସାଇତି ରଖିଥିବା ଅନେକ ମୂଲ୍ୟବାନ ଜିନିଷ । ସବୁଠାରୁ ବଡ଼ କଥା ହେଉଛି, ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ସବୁକିଛି ସାରିଦେଲା ।

ସୂଚନା ପ୍ରକାରେ,ଉଦଳା ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ଆଖି ପିଛୁଳାକେ ଜଳି ଧ୍ବଂସ ହୋଇଗଲା ଚାଳ ଛପର ଘର । ଗ୍ରାମର ବସନ୍ତ ମଲ୍ଲିକଙ୍କ ଚାଳ ଘରେ ରାତିରେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ବେଳେ ଘରର ଆସବାବପତ୍ର ସହିତ ଜଳିଯାଇଛି ଟଙ୍କା। ଆଉ କେଇଟା ମାସ ପରେ ଝିଅ ବାହାଘର କରିବା ପାଇଁ ବସନ୍ତ ପ୍ରସ୍ତୁତ ହେଉଥିବା ବେଳେ ଟଙ୍କା ଘରେ ସଞ୍ଚି ରଖିଥିଲେ। ହେଲେ ଅଗ୍ନିକାଣ୍ଡରେ ସେ ଟଙ୍କା ମଧ୍ୟ ଜଳିଯାଇଛି। ପାଖାପାଖି ୩ ଲକ୍ଷ ରୁ ଅଧିକ ଟଙ୍କା ଜଳି ନଷ୍ଟ ହୋଇଯାଇଛି।

ଏହା ସହିତ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଘର ପାଖରେ ଥିବା ପାଳ ଗଦାରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଉଦଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ତେବେ ଦେଖାଯାଉ ପ୍ରଶାସନ ବସନ୍ତ ଙ୍କ ପ୍ରତି କିଛି ନ୍ୟାୟ କରୁଛନ୍ତି ନା ସବୁକିଛି ହରାଇ ବସନ୍ତ ଆତ୍ମହରା ହେଉଛନ୍ତି l

 

LEAVE A REPLY

Please enter your comment!
Please enter your name here