ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ ଓ ରାଜ୍ୟରେ ମହିଳା ଅତ୍ୟାଚାର ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ନେତା । ଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖରେ ସରକାରୀ ଛୁଟି ବାତିଲ ଏବଂ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦିଆଯିବା ବିଜୁ ପଟ୍ଟନାୟକଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହି ବିଜେଡି ସଦସ୍ୟ ମାନେ ଗୃହରେ ହୋହଲ୍ଲା କରିଥିଲେ । ବିଜୁ ପଟ୍ଟନାୟକ ଓଡିଶା ଅସ୍ମିତାର ପ୍ରତୀକ । ଓଡ଼ିଶାର ବିକାଶରେ ତାଙ୍କର ଭୂମିକା ଅତୁଳନୀୟ ,ଏସବୁ ସତ୍ତ୍ୱେ ବିଜେପି ସରକାର ତାଙ୍କ ପ୍ରତି ଏଭଳି କାର୍ଯ୍ୟ ସହଜରେ ଗ୍ରହଣୀୟ ନୁହେଁ”ଗୃହରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ଉପସ୍ଥିତିରେ ଏପରି କହି ଗୃହରେ ହଟ୍ଟଗୋଳ କରିଥିଲା ବିଜେଡି l ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶ ଆରମ୍ଭ ହେବା ପରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ପ୍ରଶ୍ନୋତ୍ତର ଜାରି ରହିଥିଲା। ଏହି ସମୟରେ ଗୃହରେ ବିରୋଧ ଜୋରଦାର ହେବାରୁ ବାଚସ୍ପତି ଗୃହକୁ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହରୁ ବାହାରି ବିଜେଡିର ତମାମ ସଦସ୍ୟମାନେ ବିଧାନସଭା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳକୁ ଆସି ଧାରଣା ଦେଇଥିଲେ। ”ବିଜୁ ପଟ୍ଟନାୟକଙ୍କ ପ୍ରତି ଅନ୍ୟାୟ ହୋଇଛି । ଓଡିଶା ଗଠନରେ ବିଜୁ ପଟ୍ଟନାୟକଙ୍କ ଭୂମିକା କେହି ଭୁଲିପାରୁବେନି, ଓଡ଼ିଶାରେ ରାଉରକେଲା ଇସ୍ପାତ ପ୍ଲାଣ୍ଟ, ପାରାଦୀପ ବନ୍ଦର, ଭୁବନେଶ୍ୱର ସୈନିକ ସ୍କୁଲ ଭିତିପ୍ରସ୍ତର ସ୍ଥାପନ କରି ନୂଆ ଓଡିଶା ଗଢି ଥିଲେ ବିଜୁ ବାବୁ। ପଞ୍ଚାୟତ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ l ୧୯୬୧ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପଞ୍ଚାୟତର ସଂଶୋଧନ ସୁଦୃଢ଼ୀକରଣ ବିଜୁବାବୁ କରିଥିଲେ। ମାକୁ ସମ୍ମାନ ଦେଇଥିଲେ ବିଜୁ ବାବୁ । ଆମ ସହ ସେତେବେଳେର ମିଳିତ ସରକାରରେ କିଛି ମନ୍ତ୍ରୀ ସାମିଲ ଥିଲେ ଯେଉଁମାନେ ଆଜି ଏ ଘଟଣାକୁ ଦେଖୁଛନ୍ତି। କଣ ଷଡଯନ୍ତ୍ର ହେଲା ରାତି ଅଧିଆ ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ କଲେ ସରକାର। ଓଡ଼ିଆ ଅସ୍ମିତା ବିଜୁ ବାବୁ। ପ୍ରତିହିଂସା ପରାୟଣ ରଣନୀତି ପୂର୍ବରୁ କେବେ ଓଡ଼ିଶାରେ ଦେଖିନି। କ୍ୟାଲେଣ୍ଡର ବଦଳେଇ ଦେଲେ ବିଜେପି ସରକାର” ବୋଲି କହିଛି ବିଜେଡି l