ଆଜି ଅନ୍ତର୍ଜାତୀୟ ମହିଳା ଦିବସ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ହେଉଛି ଏହି ଦିନର ଉଦ୍ଦେଶ୍ୟ । ଏହା ସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ । ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ବୀକୃତି ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏହି ଦିନ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here