ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୂର୍ବ ଘୋଷିତ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ l ପୂର୍ବରୁ ୫ ହଜାର ଆଉ ଆଜି ଆଉ ୫ ହଜାର ପାଇ ମହିଳା ଦଶ ହଜାରର ଆର୍ଥିକ ସହାୟତା ପାଇବେ l କୋଟିଏ ରୁ ଅଧିକ ମହିଳା ହିତାଧିକାରୀ ଏହି ଯୋଜନା ରେ ଲାଭବାନ ହେବେ l ତେବେ ଆଜି ଦିନ ୧୧. ୩୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଦ୍ବୟ ଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଗଣଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିବେକ ବିହାର ଠାରେ ଏହି ଟଙ୍କା ପ୍ରଦାନ କରାଯିବ l ଏଥିପାଇଁ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଡେଓ ଏବଂ ପ୍ରଭାତୀ ପରିଡା , ବାଣିଜ୍ୟ ଇସ୍ପାତ ପରିବହନ ଓ ଶିଳ୍ପ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତି ରହିବେ l ଏହା ସଙ୍ଗେ ସଙ୍ଗେ ଆଜିର ଗସ୍ତ ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗସ୍ତ ଦ୍ୱିତୀୟ ଥର ହେବ l