ପ୍ରେମିକକୁ ମାରି ପ୍ରେମିକା ଫେରାର

0
Oplus_131072

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିର ଏକ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲେକା । ଉକ୍ତ ଭଡା ଘରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁଥିବା ବେଳେ, ସ୍ତ୍ରୀ ଫେରାର ଥିବା ଜଣାପଡିଛି l ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବାମୀ ସ୍ତ୍ରୀ କଳହରୁ କୈାଣସି ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସୁଚନା ପ୍ରକାରେ ଗତ କିଛି ମାସ ତଳେ ଉଭୟେ ପ୍ରେମ ବିବାହ କରିଥଲେ। ଘରେ କିଛି ଦିନ ରହିବା ପରେ ପାରଳାଖେମୁଣ୍ଡି ରେ ଚାକିରି କରିଥିବା କହିବାରୁ ସେଠାରେ ଉଭୟେ ମିଳିମିଶି ରହିବି କହି ପାରଳାଖେମୁଣ୍ଡି ଆସି ଏକ ଭଡାଘରେ ୪ ମାସ ହେଲା ରହି ଆସୁଥିଲେ। ଉଭୟଙ୍କ ମଧ୍ୟରେ କୈାଣସି କଥାକୁ ନେଇ ମନମାଳିନ୍ୟ ରହିଥିଲା ତେଣୁ ସ୍ତ୍ରୀ ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମାଁ ।

LEAVE A REPLY

Please enter your comment!
Please enter your name here