ମୁଁ ଅବସର ନେଉନାହିଁ : ରୋହିତ ଶର୍ମା 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି ୧୪୦ କୋଟି ଭାରତୀୟ । ଟିମ୍‌ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍‌ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି । ମ୍ୟାଚ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, ” ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଅବସର ନେଉନାହିଁ । ଦୟାକରି କେହି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ ।” ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଶେଷ ହେବା ପରେ ରୋହିତ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । କାହିଁକିନା ଟି-20 ବିଶ୍ବକପ ଭାରତ ଜିତିବା ପରେ ରୋହିତ ସେହି ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

 

ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । ୨ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ ୨ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ICC ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ l ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି । ରୋହିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା ।

LEAVE A REPLY

Please enter your comment!
Please enter your name here