ଆନନ୍ଦପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆନନ୍ଦପୁର ମହାବିଦ୍ୟାଳୟ ୬୧ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିବା ପାଇଁ ହେଲିକପ୍ଟର ଯୋଗେ ଆନନ୍ଦପୁର ଟିଭିଷ୍ଟାଡିୟମ ଠାରେ ଅପରାହ୍ନ ୧୨ ଘଣ୍ଟିକା ସମୟରେ ପହଞ୍ଚିବା ଥଲେ।
ଆନନ୍ଦପୁର ଷ୍ଟାଡିୟମ ଠାରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ, ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ବିଜେପି ବରିଷ୍ଠ ନେତା ଶ୍ରୀ ରାମଚନ୍ଦ୍ର ସାହୁ, ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ଓକିଲ ସଂଘ ସଭାପତି ଚିତ୍ତରଂଜନ ଦାଶ, କ୍ରୀଡା ସଂସଦ ସଂପାଦକ ନବରଞ୍ଜନ ପଟ୍ଟନାୟକ, ନିରାକାର ଦଳେଇ, ଦୀପକ କୁମାର ଜେନା, ଶ୍ରୀଧର ସାହୁ, ଆନନ୍ଦପୁର ମୁନିସିପାଲିଟି ନଗରପାଳ ସୁଶ୍ରୀ ରଜନୀରାନୀ ଖଟୁଆ,ଉପନଗରପାଳ ଦୁର୍ଗା ଦଲେଇ,ଶ୍ରୀମତୀ ଅସିମା ମିଶ୍ର, ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ଦୀପ୍ତି ଖୁଣ୍ଟିଆ, ବବିତା ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ସରୋଜ କୁମାର ସାହୁ, ବିନୋଦ କୁମାର ମିଶ୍ର, ମୁରଲୀଧର ମିଶ୍ର, ଗଗନ ସିଂ, ରମେଶ ସିଂ, ସନଦ କର, ବନମାଳୀ ସେଠୀ, ସୁରେଶ ସାହୁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଡିଆର ଚାରିକଡରେ ବୁଲି ଉପସ୍ଥିତ ହଜାର ହଜାର ଜନସାଧାରଣ କୁଂ ଅଭିବାଦନ ଜଣାଇଥିଲେ।
ହଜାର ହଜାର ନରନାରୀ ହୁଲହୁଲି ଓ ମୋହନ ଚରଣ ମାଝି ଜିନ୍ଦାବାଦ ରେ ପ୍ରକମ୍ପିତ ହେଇଥିଲା। ପରେ ଏକ ସୁସଜ୍ଜିତ ଜିପ୍ ରେ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ କୁଂ ଆନନ୍ଦପୁର ମହାବିଦ୍ୟାଳୟ ପଯ୍ୟନ୍ତ ନିଆଯାଇଥିଲା।