ଓଡି଼ଶାକୁ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା ?

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସ୍ପଷ୍ଟୀକରଣ । “ଓଡି଼ଶାକୁ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା?” ବୋଲି କଲେ ପ୍ରଶ୍ନ କରୁଛନ୍ତି ବିରୋଧୀ । ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । କାହିଁକି ଏମିତି କହିଲେ ଜୟନାରାୟଣ । ତାଙ୍କର ଏ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପଛର କାରଣ କ’ଣ? ସେ କ୍ଷମତା ଆଳରେ ଗୁରୁତ୍ୱ ଫେରାଇବାକୁ ଉଦ୍ୟମ କରୁଛନ୍ତି କି? ଯେଉଁଠି ବିଜେପି ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା କହି କ୍ଷମତା ପାଇଛି ଓ ପ୍ରତିଟି କଥାରେ ଓଡ଼ିଆ ଅସ୍ମିତା କଥା କହୁଛି,ସେଠି ଜୟନାରାୟଣ ଏମିତି କହିବା କେତେ ଦୂର ଠିକ l

 

ସୂଚନା ପ୍ରକାରେ ସମ୍ବଲପୁରରେ ସୁଭଦ୍ରା ସମାରୋହ ଚାଲିଥିଲା, ସଭାରେ ପ୍ରଥମେ ଉକ୍ରଳସଂଗୀତ ଗାନ କରାଗଲା, ସେଥିରେ ଜୟନାରାୟଣ ଏହି ସଂଗୀତକୁ ସମ୍ମାନ ଦେଲେ ନାହିଁ । ସେ ବସି ରହିଲେ । ସମସ୍ତ ସଭାମଣ୍ଡଳୀ ଉକ୍ରଳସଂଗୀତରେ ଛିଡ଼ା ହୋଇ ସମ୍ମାନ ଦେଉଥିବା ବେଳେ ଅସମ୍ମାନ କଲେ ଜୟନାରାୟଣ । ସେତିକିରେ ତାଙ୍କ ମନ ଭରିଲା ନାହିଁ । ଆହୁରି ସାଂଘାତିକ ସ୍ତରକୁ ଓହ୍ଲାଇ ଗଲେ । ସେ ଜାଣିଛନ୍ତି ତାଙ୍କର ପ୍ରତିଟି କାମ ବିଜେପି ଗୋଡ଼ରେ କୁରାଢ଼ୀ ମାରିବ । ତଥାପି ସେ ଦଳକୁ ନଦେଖି ନିଜର ଦମ୍ଭ ଦେଖାଇଲେ । ଓଡ଼ିଆ ଅସ୍ମିତା ବା ଓଡ଼ିଶା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତାହା ଜୟନାରୟଣ ଭଲ ଭାବେ ଜାଣନ୍ତି । ତଥାପି ସେ ଓଡ଼ିଶା ବିରୋଧରେ ବିଦ୍ରୋହ କରିବା ଭଳି କଥା କହି ଜାଣିଶିଆଣିଆ ପଣିଆ ଦେଖାଉନାହାନ୍ତି ତ? କୋଶଳ, କଳିଙ୍ଗ, ଉକ୍ରଳକୁ ନେଇ ଓଡ଼ିଶା । ଓଡ଼ିଶାରେ ଆମେ ମିଶିବା ଆମର ଐତିହାସିକ ଭୂଲ ଥିଲା । ବିଜେପି ହିଁ ଓଡ଼ିଶାକୁ ଗୁରୁତ୍ୱ ଦେଇ କ୍ଷମତାକୁ ଆସିଛି । ବିଜେପି କ୍ଷମତାକୁ ଆସିବା ପରେ ଜୟନାରାୟଣଙ୍କ ଗୁରୁତ୍ୱ କମିଯାଇଛି । ତାଙ୍କୁ ମନ୍ତ୍ରୀପଦ ମିଳିଲା ନାହିଁ କି ଦଳ ଭିତରେ ସେପରି ଗୁରୁତ୍ୱ ବି ମିଳୁନାହିଁ । ତେଣୁ ଦଳର ଆଭିମୁଖ୍ୟ ବିରୋଧରେ କହି ସେ ତାଙ୍କର ଦଳରେ ଗୁରୁତ୍ୱ ବଢ଼ାଇବାକୁ ଚାହୁଁ ନାହାନ୍ତି ତ? ଏଭଳି ସମ୍ଭାବନା ନେଇ ଚର୍ଚ୍ଚା ଜୋର ହୋଇଛି ।

ଜୟନାରାୟଣ ନୁହନ୍ତି, ପୂର୍ବରୁ ଦଳରେ ଗୁରୁତ୍ୱ ହରାଉଥିବା ବା ନିଜ ନିଜ ବୃତ୍ତିରେ ଗୁରୁତ୍ୱ ଖସିବାରୁ ରକ୍ଷା ପାଇବାକୁ ଥିବା ପଶ୍ଚିମ ଓଡ଼ିଶାର ନେତାମାନେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେ କଂଗ୍ରେସର ପୂର୍ବତନ ବିଧାୟକ ନରସିଂହ ମିଶ୍ର ହୁଅନ୍ତୁ କି ଅଭିନେତା ମନୋଜ ମିଶ୍ର, ଓଡ଼ିଶା ବିରୋଧରେ ବିଦ୍ରୋହ କରି ସେମାନଙ୍କ ପରିଚୟକୁ ବଳିଷ୍ଠ କରିଛନ୍ତି । ତେଣୁ ଜୟନାରୟଣ ବି ସେପରି ପରିଚୟ ସଂକଟରେ ପଡ଼ି ଏପରି କରି ନାହାନ୍ତି ତ? ତେବେ ଦେଖାଯାଉ ଶାସକ ଦଳ ବା ସରକାର ଜୟନାରାୟଣଙ୍କୁ ତାଗିଦ କରୁଛି ନା ତାଙ୍କୁ ଉପେକ୍ଷା କରି ତାଙ୍କର ଗୁରୁତ୍ୱକୁ ଆହୁରି ଖସାଉଛି?

LEAVE A REPLY

Please enter your comment!
Please enter your name here