ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l
ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l