ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ଙ୍କ ଗଜପତି ଗସ୍ତ 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ଙ୍କ ଗଜପତି ଜିଲ୍ଲା ଗସ୍ତ, ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମୀକ୍ଷା ବେଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ କୁମାର ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର୍ ପଟ୍ଟନାୟକ, ପାରଳାଖେମୁଣ୍ଡି ପୈାରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, କାଶୀନଗର ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ଭାଗବତ ସାହୁ ପ୍ରମୁଖ ଏହି ସମିକ୍ଷା ବୈଠକରେ ଉପସ୍ଥିତ ଥିଲେ ।

 

ମୁଖ୍ୟତ ଜିଲ୍ଲାର ସହରାଞ୍ଚଳ ଓ ପଞ୍ଚାୟତ ସ୍ତରରେ ଖାଲି ପଡିଥିବା ନିର୍ବାଚିତ ଜନପ୍ରତିନିଧି ପୁରଣ ଦିଗରେ ଆଲୋଚନା କରାଯାଇଥିଲା। କେତେ ସଂଖ୍ୟକ ପଦବି କେବେଠାରୁ ଖାଲି ପଡିଛି, କଣ ପଦକ୍ଷେପ ନିଆଯାଇଛି ତାର ତଦାରଖ କରିଥିଲେ। ତତ୍ ସହିତ ବିଗତ ନିର୍ବାଚନର କାର୍ଯ୍ୟଧାରା ସମ୍ପର୍କରେ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ସେହିଭଳି ଗୋଷାଣୀ ଓ ପାରଳାଖେମୁଣ୍ଡିରେ ଥିବା ଈଭିଏମ ଗୋଦାମ ପରିଦର୍ଶନ କରିବାସହ ସ୍ଥିତି ଅନୁଧ୍ୟାନ କରିଥିଲେ। ସୁଚନା ଥାଉକି ଜିଲ୍ଲାରେ ମୋଟ ୯୩ ଟି ଓ୍ବାର୍ଡ ସଭ୍ୟ , ଦୁଇଟି ସରପଞ୍ଚ, ଦୁଇଟି ସମିତି ସଭ୍ୟ , ଗୋଟିଏ କାଉନସିଲର ପଦବି ଦୀର୍ଘ ଦିନ ହେଲା ଖାଲି ପଡ଼ିଛି।

LEAVE A REPLY

Please enter your comment!
Please enter your name here