ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।

 

ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ । ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l

LEAVE A REPLY

Please enter your comment!
Please enter your name here