ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖାଦେଇଛି । ଆଜି ସାମ୍ବାଦିକ ମାନଙ୍କର ମୋବାଇଲକୁ ବାରଣ କରାଯାଇଛି । ବିଧାନସଭାର ସାମ୍ବାଦିକ ଗ୍ୟାଲେରୀ କୁ ଯିବା ବାଟରୁ ସିକ୍ୟୁରୀଟି ଚେକ ନାମରେ ମୋବାଇଲକୁ ରଖି ଦିଆଯାଇଛି । ଏହାକୁ ନେଇ ତାତିଛନ୍ତି ସାମ୍ବାଦିକ ମାନେ । ଗାନ୍ଧୀମୂର୍ତ୍ତି ପାଖରେ ଧାରଣା ବି ଦେଇଛନ୍ତି । ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା ବି କରିଛନ୍ତି ।
ପ୍ରସଙ୍ଗ ହେଉଛି, ଆମ ଜନପ୍ରତିନିଧି ମାନଙ୍କର ଇଜତକୁ ଲାଗିବା । ଗତକାଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ମାନେ ଧସ୍ତାଧସ୍ତି ହୋଇଥିଲେ, ମାଡ଼ପିଟ ବି ହୋଇଥିଲା, ବିରୋଧୀଙ୍କ ଆଡ଼ୁ ସରକାରଙ୍କ ଟ୍ରେଜେରୀ ବେଞ୍ଚ ଉପରକୁ ଫାଇଲ ଫିଙ୍ଗାଫୋପଡ଼ା ବି ହୋଇଥିଲା । ପୁରା ରଣକ୍ଷେତ୍ର ପାଲଟି ଯାଇଥିଲା ବିଧାନସଭା । କେହି କାହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥିତିରେ ମୋବାଇଲରେ ରେକର୍ଡ କରିନେଇଥିଲେ ସାମ୍ବାଦିକ ମାନେ । ସାମ୍ବାଦିକ ଗ୍ୟାଲେରୀରୁ ସବୁ ରେକର୍ଡ ହୋଇ ଖବର ବାଜିଲା । ଏହାକାଳେ ଆମ ଜନପ୍ରତିନିଧିମାନଙ୍କର ଇଜତକୁ ଲାଗିଯାଇଛି ।ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ପବିତ୍ର ଗୃହରେ ବା ଆଇନର ମନ୍ଦିରରେ ମାଡ଼ପିଟ ହବା, ଔଦ୍ଧତ୍ୟାମୀ ଦେଖାଇବା, ଅଭାଦ୍ରାମୀ କରିବା । ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କ ମାଡ଼ପିଟ, ତାଙ୍କ ମୂର୍ଖାମୀ, ତାଙ୍କ ଔଦ୍ଧତ୍ୟତା ଜନସାଧାରଣଙ୍କ ପାଖରେ ପହଞ୍ଚିଯିବା । ସେଥି ପାଇଁ ସମସ୍ତେ ଉତକ୍ଷିପ୍ତ ।ଏହାପରେ ନିଜ କାରନାମା ଲୁଚାଇବା ପାଇଁ ସରକାରୀ ଭାବେ ନିର୍ଦେଶ ଦେଇ ମୋବାଇଲ ବନ୍ଦ କରିଦିଆଯାଇଛି । ତେଣୁ ଏ ଜନ ପ୍ରତିନିଧିମାନେ ବିଧାନସଭା ଭିତରେ ମାଡ଼ପିଟ ଲାଗନ୍ତୁ ବା ଗଡ଼ାତଡ଼ା ଲାଗନ୍ତୁ ଆଉ କିଛି ପଦାକୁ ଯିବନି । ନା ମୋବାଇଲ ଥିବ ନା ପଦାକୁ ଯିବ । ବିଧାନସଭାର ପ୍ରତେ୳କଟି କାର୍ଯ୍ୟକୁ ସାମ୍ବାଦିକ ମାନେ ଯଦି ରେକର୍ଡ କରିବା ପାଇଁ ଅନୁମତି ଅଛି । କିନ୍ତୁ ଏ ଅନୁମତି ସତ୍ୱେ, ଯଦି ସାମ୍ବାଦିକମାନେ ରେକର୍ଡ କଲେ ତାହେଲେ ଅସୁବିଧା କେଉଁଠି ରହିଲା । ବିଧାସଭା ଭିତରେ ଏମାନଙ୍କ ଅପକର୍ମ, କୁକର୍ମକୁ ଯଦି ସାମ୍ବାଦିକ ମାନେ ଲୋକଙ୍କ ସାମ୍ନାକୁ ଆଣିଲେ, ଏହା କଣ ସାମ୍ବାଦିକ ମାନଙ୍କର ଅପରାଧ । ଏମାନେ ଜନସାଧାରଣଙ୍କ ସମସ୍ୟାକୁ ଛାଡ଼ି ମାଡ଼ପିଟ ଲାଗିଯାଉଛନ୍ତି ରାଜନୀତି କରିବା ପାଇଁ ।
ସରକାର ଏହାକରି ଗଣତନ୍ତ୍ରର କେବଳ କଣ୍ଠରୋଧ କରିନାହାନ୍ତି, ମୌଳିକ ଅଧିକାର କହିବାର ସ୍ୱାଧୀନତା ଉପରେ ବି ହସ୍ତକ୍ଷେପ କରିଛନ୍ତି । ବାକ ସ୍ୱାଧୀନତାକୁ ତାଲା ପକାଇବା ପାଇଁ ଆରମ୍ଭ କରିଛନ୍ତି ମୋହନ ସରକାର ।ମୋହନ ସରକାରଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତତ୍କାଳ ବିଧାସଭାର ପ୍ରତେକଟି କାର୍ଯ୍ୟକୁ ଲାଇଭ କରାଯାଉ ଏବଂ ବିଧାନସଭାରେ ତାଙ୍କ ଲୋକମାନଙ୍କର ପ୍ରତିନିଧିମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସାମ୍ନାକୁ ଅଣାଯାଉ ବୋଲି dabi ଜୋର ଧରିଛି l