ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଓ ଭଂଜନଗର ଥାନା ଅଞ୍ଚଳର ଭିନ୍ନଭିନ୍ନ ତିନିଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ତାରାସିଙ୍ଗି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗାଁ ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରରେ ୨ ବଖରା ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏଠାରେ ଦୀପାଳୀ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ସେହିଭଳି ଭଂଜନଗର ଥାନା ଅନ୍ତର୍ଗତ ତୁରୁମୁ ନିକଟ କନ୍ଧବଞ୍ଜର ଗାଁ ରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର, ଦୁଇ ବଖରା ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇ ଯାଇଥିଲା । ପରେ ପରେ ଭଂଜନଗର ସହରକୁ ଲାଗିରହିଥିବା ସାଇ ମନ୍ଦିର ନିକଟ ରାସ୍ତା କଡ଼ରେ କୈାଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ, ଅଗ୍ନିକାଣ୍ଡ ଘଟି ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ସବୁ ଜଳି ଯାଇଥିଲା । ସମସ୍ତ ସ୍ଥାନରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।