ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସୁଛି ରଙ୍ଗର ପର୍ବ ହୋଲି । ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ଆଇଜିଙ୍କ ସହ ଡିସିପି ଓ ସିପିଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଆଡଭାଇଜାରି ଜାରି ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନେ ପ୍ରସ୍ତୁତି ରହିଛନ୍ତି । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ‌ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 

 

ତେବେ ଅସାମାଜିକ ଓ ଅପରାଧିକ ତତ୍ତ୍ବ ଗତିବିଧି ଉପରେ ନଜର ରଖିବ ପୋଲିସ ,ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି,,ପକେଟମାର, ମହିଳାଙ୍କ ପ୍ରତି ଅସଦାଚରଣ ବା କମେଣ୍ଟ ପାସ ଭଳି ପରିସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି,ମେଳଣ ସମୟରେ ଯେପରି ଲାଠି, ବାଣ ପ୍ରଦର୍ଶନ ବା ଅନ୍ୟାନ୍ୟ ଅଶୋଭନୀୟ ପ୍ରଦର୍ଶନ ନ କରାଯିବ ତା ଉପରେ ନଜର ରଖିବ ପୋଲିସ,,ଦୋଳ ମେଳଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବ,,ଜଳାଶୟ, ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ଆଲର୍ଟ ସହ ଫୋର୍ସ ମୁତୟନ କରାଯିବ,,ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ରେସ୍କ୍ୟୁ ଟିମ୍ ଆଲର୍ଟ ରହିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, “ହୋଲି ପାଇଁ ଆମର ଯେଉଁ ଆଡଭାଇଜରି ଦିଆଯିବା କଥା ତାହା ପଠା ସରିଛି । ସେଥି ପାଇଁ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯିବା କଥା ସେ ସବୁ କରାଯାଉଛି ।

 

ଅନ୍ୟପକ୍ଷରେ ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ। ମଦ୍ୟପାନ କରି କୌଣସି ବ୍ୟକ୍ତି ନଦୀ କିମ୍ବା ପୂଲ୍‌କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ପିସିଆର l ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।

LEAVE A REPLY

Please enter your comment!
Please enter your name here