ଭଞ୍ଜ ଜୟନ୍ତୀ ଉତ୍ସବ ପାଳିତ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଗଂଜାମ ଜିଲ୍ଲା ଭଂଜନଗର ନିକଟ କୁଲାଡ ସ୍ଥିତ ଭଂଜ ମଣ୍ଡପ ଠାରେ, ୩୫ ତମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଦୁଇଦିନ ଧରି ଆୟୋଜିତ ଏହି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଡଃ ଶାନ୍ତନୁ କୁମାର ରଥ, ପୂର୍ବତନ କୁଳପତି ପ୍ରଫେସର ଡ଼ଃ ପ୍ରଫୁଲ୍ଲ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ଓଡିଆ ସାହିତ୍ୟ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୃତିର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କଳା, ସାହିତ୍ୟ, ସମାଜସେବା ଏବଂ କାରିଗରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ଶେଷରେ, ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here