ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପାରଳାଖେମୁଣ୍ଡି ସହରରେ ଚୋରୀ ଘଟଣା ଥମୁ ନଥିବା ବେଳେ ଆଜି ପୁଣି ଗୋଟିଏ ପୋଲିସ ଘରୁ ଚୋରୀ ହୋଇଥିବାର ଜଣାପଡିଛି । ସହରର ଶ୍ରୀଧର ନଗର ଦ୍ବିତୀୟ ଲେନ୍ ର ଜଣେ ପୋଲିସଙ୍କ ଘରେ ପୁଣି ଥରେ କଳା କନା ବୁଲାଇଛନ୍ତି । ଏହି ଦମ୍ପତ୍ତି ହେଲେ ବ୍ରହ୍ମପୁର ସ୍ଥିତ ରେଳବିଭାଗରେ କାର୍ଯ୍ୟ କରୁଥିବା ଜିଆରପି ଅଧିକାରୀ ବିଶ୍ବ ନାଥ ମଲ୍ଲିକ ଏବଂ କାଶୀନଗର ଥାନାରେ କନେଷ୍ଟବଲ ଥିବା ତାଙ୍କ ପତ୍ନୀ ପୁଷ୍ପଲତା ମାଝୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରୁ ତାଲା କାଟି କଳା କନା ବୁଲାଇ ଛନ୍ତି ।
ତେବେ ଏହି ପୋଲିସ ଦମ୍ପତ୍ତିଙ୍କ ଘରେ ଏହି ଚୋରୀ ଘଟଣା ଥରେ ନୁହେଁ । ଏଥି ସହ ଦୁଇ ଦୁଇ ଥର ହେଲାଣି । ବିଗତ ବର୍ଷ ଡିସେମ୍ବର 11 ତାରିଖର ସମାନ ଭାବେ ତାଲା ଭାଙ୍ଗି ଚୋରି କରିଥିଲେ । ଏବେ ପୁଣି ଥରେ ଚୋରୀ ହୋଇଥିବାର ଜଣାଯାଇଛି । ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ହୋଇଥିବାର ପୁଷ୍ପଲତା ମାଝୀ କହିଛନ୍ତି । ଘରର ଉଭୟ ସ୍ବାମୀ ସ୍ତ୍ରୀ ପୋଲିସ ବିଭାଗରେ କର୍ମରତ ଥିବା ବେଳେ ଅଧିକାଂଶ ସମୟରେ କେବଳ ଘରେ ତାଲା ପଡୁଥିବି ସୁଯୋଗ ନେଇ ଚୋର ଘରେ ପଶିଥିବା ଅନୁମାନ କରାଯାଉଛି । ଚୋରୀ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଏସ୍ଆଇ ତପନ ପାଢୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେହିପରି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ତେବେ ମାତ୍ର କିଛି ଦିନ ବ୍ୟବଧାନରେ ସହରର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି ।