କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ଆହତ ହରିଣ ଉଦ୍ଧାର କଲା ବନ ବିଭାଗ

0

ସୁନ୍ଦରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୁନ୍ଦରଗଡ ଜିଲ୍ଲା ବଣେଇ ବନଖଣ୍ଡ ଅନ୍ତର୍ଗତ କୋଇଡା ବନାଞ୍ଚଳ ଅଧିନସ୍ଥ ଭବାନୀପାହାଡ ସଂରକ୍ଷିତ ଜଙ୍ଗଲରୁ ଏକ ଅଣ୍ଡିରା ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରିଛି ବନ ବିଭାଗ। କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ଏହାକୁ ଉଦ୍ଧାର କରା ଯାଇଥିବା ବେଳେ ଏହାକୁ ପଶୁ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରା ଯାଉଥିବା ସୂଚନା ରହିଛି। ଉକ୍ତ ହରିଣଟି ଭବାନୀପାହାଡ ଜଙ୍ଗଲରୁ ରାସ୍ତା ଭୁଲିଯାଇ କୋଇଡା ଜନ ବସତି ଆଡ଼କୁ ଚାଲି ଆସିଥିବା ବେଳେ କୁକୁରଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲା। ସ୍ଥାନୀୟ ଲୋକେ ହରିଣକୁ କୁକୁରଙ୍କ ଠାରୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବନ କର୍ମଚାରୀ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ହରିଣକୁ ଉଦ୍ଧାର କରି କୋଇଡା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ସେଠାରେ ତାର ପ୍ରାଥମିକ ଚିକିତ୍ସା କରା ଯାଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here