ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପାରଳାଖେମୁଣ୍ଡି ଗୋଟିଏ ଭାଇ ଚାରାର ସହର ହୋଇଥିବା ବେଳେ ଏଠାରେ ବାର ମାସରେ ତେର ପର୍ବ ଧୁମ୍ ଧାମରେ ପାଳନ ହେଉଥିବା ବେଳେ ମଘା ପୋଡ଼ି କୁ ମଧ୍ୟ ଧୁମଧାମରେ ପାଳନ କରୁଛନ୍ତି।
ଆସନ୍ତାକାଲି ରାଜ୍ୟରେ ପାଳନ ହେବ ହୋଲି ପର୍ବ । ଏହା ପୂର୍ବରୁ ଗଜପତି ରେ ମଘାପୋଡି ବା ହୋଲିକା ଦହନ ପାଳନ କରାଯାଇଛି । ଫାଲଗୁନ୍ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ରାତିରେ ସାରା ଭାରତରେ ହୋଲିକା ଦହନ ପର୍ବ । ହିନ୍ଦୁ ଧର୍ମରେ ହୋଲିକା ଦହନ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ । ତେବେ ଏନେଇ ଗାଁଠୁ ସହର ସବୁଠି ଲୋକ ହୋଲିକା ଦହନ ଅତି ଭକ୍ତି ଓ ଶ୍ରଦ୍ଧାରେ ପାଳନ କରିଛନ୍ତି । ବିଶ୍ୱାସ ଓ ମାନ୍ୟତା ଅନୁସାରେ ଅସୁରୀୟ ଶକ୍ତିର ଏଥିରେ ଦହନ ହୋଇଥିବା ବେଳେ ସତ୍ୟର ଏଥିରେ ବିଜୟ ହୋଇଥାଏ । ଅଗ୍ନିର ପରିକ୍ରମା କରି ବର୍ଷ ତମାମ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି ଜିଲ୍ଲାବାସୀ ।
ଏହି ଅବସରରେ ଆଜି ପାରଳା ର ଦୋଳ ପୁଷ୍କରିଣୀ ନିକଟ ରେ ମଘା ପୋଡ଼ି ବା ହୋଲିକା ଦହନ ଧୁମଧାମରେ ପାଳିତ ହୋଇଯାଇଛି।
ଏହାକୁ ଗଜପତି ବଂଶ ର ଏହି ନୀତି ଦୋଳ ଉତ୍ସବ ସହ କାହିଁ କେଉଁ କାଳ ରୁ ଆୟୋଜିତ କରି ଆସୁଥିବା ବେଳେ ବର୍ତମାନ ଗଜପତି ରାଜପରିବାର, ସ୍ଥାନୀୟ ବାସିନ୍ଦା ଙ୍କ ମିଳିତ ଉଦ୍ୟମରେ ପାଳିତ ହେଉଛି।
ବିଶେଷ କରି ପାରଳା ରେ ଏହି ଦିନ ମାନଙ୍କ ରେ ହେବା ନୀତିକାନ୍ତି ମଧ୍ୟ ରୁ ରାଜାଗ୍ନି ଉତ୍ସବ ଓ ମେଳଣ ର ପରମ୍ପରା ନିଆରା। ଏଠାରେ ଏହି ଅଗ୍ନି ଉତ୍ସବ କୁ “ମଘା ପୋଡି ” କୁହାଯାଏ ।କାରଣ ମଘା ନକ୍ଷତ୍ର ଯୁକ୍ତ ଚତୁର୍ଦଶି ରେ ଉକ୍ତ ଉତ୍ସବ ପାଳନ ହୁଏ। ଉକ୍ତ ଦିନ ପାରଳା ସହର ର ଦୁଇ ମାଇଲ ଦୂର ରେ ଥିବା ରାମସାଗର ନିକଟ ରୁ ଏକ ସୁସଜ୍ଜିତ ବୃଷଭବାହନ ବିମାନ ରେ ପ୍ରଭୁ ଶ୍ରୀ ରାମଲିଙ୍ଗେଶ୍ଵର ମହାଦେବ ଆସିଥାନ୍ତି ଦୋଳ ବନ୍ଧ ନିକଟସ୍ଥ ଦୋଳମଣ୍ଡପ କୁ।ଏଠାରେ ହରି ହର ଭେଟ ହୋଇଥାଏ। ଏହା ପରେ ବେଢାର ଠିକ ତଳ ଭାଗ ରେ ଥିବା ଏକ ପୀଠ ରେ ବିରାଜ ହୁଅନ୍ତି ଦେବ ଦେବ ମହାଦେବ। ପରେ ଯୋଡ଼ି ଦିହୁଡ଼ୀ, କଳା ଧ୍ଵଜା , ସାତରଙ୍ଗୀ ପତାକା ଓ ବୀର ବାଦ୍ୟ ସହ ମା ମାଣିକେଶ୍ୱରୀ ବିଜେ ହୁଅନ୍ତି ନିକଟସ୍ଥ ପୀଠ ରେ। ଏହି ପରମ୍ପରା ଅନ୍ୟ ସ୍ଥାନ ରେ କ୍ବଚିତ ଦେଖାଯାଏ। ଯେଉଁଠି ହରିହର ସହ ହରପାର୍ବତୀ ମେଳଣ ହୁଏ। ଗଜ ମୁହାଁ ଲାଗି,ହୋମ,ଆଳତି ଓ ବସ୍ତ୍ରଲାଗି ସେବା ପରେ ମା ଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଏହା ପରେ ନିକଟସ୍ଥ ପଡ଼ିଆ ରେ ପାଳ ନଡା ରେ ନିର୍ମିତ ମଘା କୁ ଅଗ୍ନି ସଂଯୋଗ କରିବା ପ୍ରକ୍ରିୟା ଆରମ୍ଭ ହୁଏ।ହୁଳହୁଳି , ଘଣ୍ଟ ,ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହୁଏ ପରିବେଶ। ହୋଲିକା ଦହନ ର ଏହି ନୀତି କୁ ଏଠାରେ ମଘା ପୋଡି କୁହାଯାଏ।
ଏଠାରେ ଉଭୟ ହର ପାର୍ବତୀ ପରିକ୍ରମା କରି ଅଗ୍ନି ସଂଯୋଗ କରାନ୍ତି। ଏହା ଏକ ଦର୍ଶନୀୟ ମୁହୂର୍ତ୍ତ । ଏହି ମୁହୁର୍ତ୍ତ କୁ ଏକ ବର୍ଷ ଧରି ଅପେକ୍ଷା କରନ୍ତି ଭକ୍ତ ଏହି ଅବସରରେ ପାରଳାଖେମୁଣ୍ଡି ସମେତ ଆଖ ପାଖର ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।