ହୋଲିରେ ବଡ଼ ଅଘଟଣ, ଗୋଟିଏ ପରିବାରର ୩ ମୃତ

0

କେନ୍ଦୁଝର (ବିପ୍ଲବୀ ପରିକ୍ରମା ଡିଜିଟାଲ):- ହେlଲିରେ ଅଘଟଣ l ଜୁଆଇଁ ଘରକୁ ଆସୁଥିବା ବେଳେ ଜୁଆଇଁ ଘର ସମ୍ମୁଖରେ ଧକ୍କା ଦେଲା ଟ୍ରକ l ଘଟଣା ସ୍ଥଳରେ ଶଶୁର ମୣତ ଗୁରୁତର ଅବସ୍ଥା ଶାଶୁ ଓ ଶଳା କୁ ଡାକ୍ତର ଖାନା ଅଣାଯାଇଥିଲା ମାତ୍ର ଚିକିତ୍ସିତ ଅବସ୍ଥାରେ ଶାଶୁର ମଧ୍ୟ ମୃତ୍ଯୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶଳାକୁ ଚମ୍ପୁଆରୁ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ବେଳେ ରାସ୍ତା ରେ ଶଳା ର ମୂର୍ତ। ଚମ୍ପୁଆ ଥାନା ସାନନଈ ଗ୍ରାମର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଜ୍ୱାଇଁ ଘର ଦୋଳିତା କୁ ବାଇକ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ୨୦ ଦେlଳିତା ଛକ ନିକଟରେ ଜୁଆଇଁ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଐବନଙ୍କ ମୃତ୍ଯୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁ ଓ ଶଳାକୁ ଚମ୍ପୁଆ ଡାକ୍ତରଖାନା କୁ ନିଆ ଯାଇଥିଲା., ଡାକ୍ତରଖାନାରେ ମଥାମଣିଙ୍କ ମୃତ୍ଯୁ ଘଟିଥିବା ବେଳେ ଶଳା ମଙ୍ଗଲଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତା ରେ ମୂର୍ତ ହୋଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାୟାର ଜାଳିଲେlକେ ରାସ୍ତାରୋକ କରିଛନ୍ତି .।ଘଟଣା ସ୍ଥଳରେ ଉତ୍ତୋଜନା ରହିଛି lଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି l

LEAVE A REPLY

Please enter your comment!
Please enter your name here