ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିର ଶିକାର ହେଲେ ଶିକାରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ l ଶିକାର କରିବାକୁ ଯାଇ ନିଜ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି l ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ l ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପକୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ l ତେବେ ଗତକାଲି ରାତି ପ୍ରାୟ ୮ ଟାରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା l ଗାଁ ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ହରିଶ୍ଚନ୍ଦ୍ର ଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କ ଅନ୍ତ ବୁଜୁଳା ବାହାରି ପଡିଛି l ଦୁଇ ହାତ ମଧ୍ୟ ଗୁଳି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି l ଘଟଣା ସ୍ଥଳରେ ତାଙ୍କ ସ୍ତ୍ତୀ ପହଞ୍ଚିବା ସହ ତାଙ୍କ ଘରେ କୌଣସି ବନ୍ଧୁକ ନଥିଲା l ତେବେ ସେ କେଉଁଠୁ ବନ୍ଧୁକ ଆଣିଲା ତାହା ସେ ଜାଣିନଥିବା କହିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l