କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି କାର୍ଯ୍ୟାଳୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଇଚାରାର ପର୍ବ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଧୁ ମିଳନରେ ଓଡିଶା ଗଣମାଧ୍ୟମ ଜଗତର ସାମ୍ବାଦିକ ଓ ସାମ୍ବାଦିକାଙ୍କ ସମେତ ମନ୍ତ୍ରୀ ବିଧାୟକ ସଂସଦ ଓ କର୍ମକର୍ତ୍ତାଙ୍କ ସହ ମିଶି ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ।
ସମସ୍ତ ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା ଦେବା ସହ ଖୁସିର ଏହି ପର୍ବକୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ ।
ଏହା ସହିତ ହୋଲି ଉତ୍ସବ ପାଳନ ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଲି ଖେଳିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ମାରିବା ସହ ମିଠା ଖୁଆଇ ଉତ୍ସବ ପାଳିଛନ୍ତି। “ଭାତୃତ୍ୱ ଓ ସଦ୍ଭାବନାର ପର୍ବ ହେଉଛି ହୋଲି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି,” ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏହି ବନ୍ଧୁ ମିଳନର ହୋଲି ଉତ୍ସବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ସମସ୍ତ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁସ୍ତ ଜୀବନ କାମନା କରିଥିଲେ ।