ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ମାଛଘରl ଗାଁ ନିକଟସ୍ଥ ଏକ କଲଭର୍ଟ ରେ ପଡିଛି ଜଣେ ଯୁବକଙ୍କ ଗଳିତ ମୃତଦେହ l ତେବେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଆଜି ସକାଳେ ଗାଁ ର ଜଣେ ବ୍ୟକ୍ତି ଶୌଚ ପାଇଁ କଲଭର୍ଟ ତଳକୁ ଯାଇଥିଲେ l ନାଳ ପାଣିରେ ଜଣେ ବ୍ୟକ୍ତିର ମୃତଦେହ ଭାସିଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ l ଗାଁ ଲୋକେ ରା.ଉଦୟଗିରି ପୋଲିସ କୁ ଖବର ଦେଇଥିଲେ l ମୃତଦେହ ର ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ପାଣିରେ ବୁଡି ଥିବାବେଳେ l ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ମାଟିରେ ପଡିଛି l କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଧେହ କରାଯାଇଛି l ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here