ପୃଥିବୀ ଫେରିବେ ସୁନିତା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖୁବଶୀଘ୍ର ପୃଥିବୀକୁ ଫେରିବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର । ସ୍ପେଶଏକ୍ସ (Space X)ର ମିଶନ କ୍ରୁ-10 ସୁନିତା ଓ ବଚ୍‌ଙ୍କୁ ଘରକୁ ଫେରିବା ଆଣିବା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ(ISS)ରେ ପହଞ୍ଚି ସାରିଛନ୍ତି । କ୍ରୁ-10 ଏୟାରକ୍ରାଫ୍ଟରେ ୪ ମହାକାଶଚାରୀ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ସୁନିତା । ଦୀର୍ଘ ମାସ ଧରି ଫସିଥିବା ସୁନିତା ୪ ମହାକାଶଚାରୀଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଉଠିଛନ୍ତି । ତେବେ ଗତ କିଛି ଦିନ ଧରି ସୁନିତାଙ୍କ ଠାରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ସମ୍ପର୍କରେ କିଛି ତଥ୍ୟ ହାସଲ କରିବେ । ୧୯ ମାର୍ଚ୍ଚରେ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବେ ।

 

ଦୀର୍ଘ ମାସ ଧରି ISSରେ ଫସି ରହିଥିବା ମହାକାଶଚାରୀ ସୁନିତା ଓ ତାଙ୍କ ସାଥିଙ୍କୁ ପୃଥିବୀକୁ ଫେରିବା ଆଣିବା ପାଇଁ ଗତ ମାର୍ଚ୍ଚ ୧୪ରେ ସ୍ପେଶଏକ୍ସ କ୍ରୁ-10 ମିଶନ ଲଞ୍ଚ କରିଥିଲା । ଫାଲକନ ନାଇଲ ରକେଟ ଡ୍ରାଗନ କ୍ୟାପସୁଲ ଓ ଏଥିରେ ୪ଜଣ ମହାକାଶଚାରୀଙ୍କୁ ଧରି ଉଡାଣ ଭରିଥିଲା । ଡ୍ରାଗନ ସ୍ପେଶକ୍ରାଫ୍ଟ ଜରିଆରେ ନାସା କମାଣ୍ଡର ଏନି ମେକ୍କଲେନ, ପାଇଲଟ ଅୟର୍ସ, ଜାପାନ ସ୍ପେଶ ଏଜେନ୍ସି JAXAର ତାକୁୟା ଓନେଶି ଓ ଋଷର କୋର୍ମୋନାଣ୍ଟ କେରେଲ ପେସକୋବ ଏଥିରେ ସାମିଲ ଅଛନ୍ତି । ତେବେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍‌ ୱିଲମୋର ଜୁନ ୫, ୨୦୨୪ ରେ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ଯାଇଥିଲେ । ମାତ୍ର ଏକ ସପ୍ତାହ ପାଇଁ ଯାଇ ଗତ ୯ ମାସ ହେଲା ଫସି ରହିଛନ୍ତି ସେ । ବୋଇଙ୍ଗ ଷ୍ଟାରଲାଇଲନ ମହାକାଶଯାନରେ ତ୍ରୁଟି କାରଣରୁ ଉଭୟେ ଫେରିପାରିନଥିଲେ । ୯ ମାସ ହେଲାଣି ଉଭୟେ ଫସି ରହିଛନ୍ତି । ତେବେ ଯଦି ସବୁ କିଛି ଠିକ ରୁହେ । ଖୁବ ଶୀଘ୍ର ସେ ପୃଥିବୀ ଫେରିବେ ।

LEAVE A REPLY

Please enter your comment!
Please enter your name here