ପିକପ ଭେନକୁ ଧକ୍କା ଦେଲା ୨ ସ୍କୁଟି, ଜଣେ ମୃତ ୩ ଗୁରୁତର 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟ ଗୋପାଳପୁର ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥ ବିଲୁ ଢ଼ାବା ନିକଟରେ ଘଟିଛି ଏକ ଦୁର୍ଘଟଣା ! ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି l  ସୂଚନା ପ୍ରକାରେ, ଏକ ପିକଅପ ଭେନ ଟି ସ୍କୁଟି କୁ ଧକ୍କା ଦେଇଥିଲା ଯାହା ଫଳରେ ରାସ୍ତାରେ ଯାଉଥିବା ଦୁଇଟି ଯାକ ସ୍କୁଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାସ୍ତା ଉପରେ ଛିନ୍ନ ଛତ୍ର ହୋଇ ପଡିରହିଥିଲା !

ପିକଅପ ଭେନଟି ରାସ୍ତାକଡ଼ରେ ଥିବା ଖାଲ ସ୍ଥାନକୁ ଗଳିପଡିଲା ! ଏଥିରୁ ଜଣା ପଡୁଛି ଯେ ଦୁର୍ଘଟଣାଟି କେତେ ଭୟଙ୍କର ହୋଇଛି l ତେବେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ! ବର୍ତ୍ତମାନ ସୁଦ୍ଧା ମୃତକ ଏବଂ ଗୁରୁତରଙ୍କ ସୂଚନା ମିଳିପାରିନାହିଁ ! ଗୋପାଳପୁର ଥାନା ପୁଲିସର ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳୁଛି !

LEAVE A REPLY

Please enter your comment!
Please enter your name here