ସାହି ମଝିରେ ଖଣ୍ଡାଧାରୀ ବ୍ୟକ୍ତିଙ୍କ ଆତଙ୍କରାଜ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ରାଧାକୃଷ୍ଣ ସାହିରେ ଜଣେ ଖଣ୍ଡାଧାରୀ ବ୍ୟକ୍ତିଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ତେବେ ଭିଡିଓ ଭାଇରଲ ପରେ ପରେ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ସେଠାରୁ ଏକ ଖଣ୍ଡା ଜବତ ହୋଇଛି । ଏକ ବିବାହ ପ୍ରସ୍ତାବକୁ ନେଇ ଦୁଇ ପରିବାର ଭିତରେ ପାଟିତୁଣ୍ଡ ପରେ ଗଣ୍ଡଗୋଳ ଓ ଖଣ୍ଡା ଦେଖାଇ ଆତଙ୍କ ଭଳି ପରିସ୍ଥିତି ଉପୁଜିଥିଲା । ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ସାହି ମଝିରେ ବୁଲିବା ସହ ଧମକ ଦେଇଥିବା ଉକ୍ତ ଭିଡିଓ ରେ ଦେଖିବାକୁ ମିଳୁଛି । ଏପରିକି ଖଣ୍ଡା ଚୋଟରେ ବିପକ୍ଷ ଗୋଷ୍ଠୀର ଜଣେ ଆହତ ହୋଇଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here