ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର,ବୈଦ୍ୟନାଥପୁର ଥାନା ଅନ୍ତର୍ଗତ‌ ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଥିବା ଏକ କେକ୍ ଦୋକାନୀ ଓ ତାଙ୍କ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦାଦାବଟି ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଇନ୍ଦିରା ନଗର ନିବାସୀ ଶଙ୍କର ସୁଦାମ ସାହୁ (୪୦)ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଗୋଟିଏ କେକ ଦୋକାନ କରିଛନ୍ତି । ଶଙ୍କରଙ୍କ ଦୋକାନ ବାରଣ୍ଡାରେ ଗୁଟଖା ଖାଇ ଛେପ ପକାଇଥିଲେ କିଛି ଯୁବକ । ଛେପ ପକାଇବାକୁ ନେଇ ଯୁବକ ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବକମାନେ ଦୋକାନରେ ଥିବା ଶଙ୍କର ଓ ତାଙ୍କ ସହଯୋଗୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ଯୁବକ ମାନେ । ଦାଦାବଟି ନ ଦେଲେ ଏଠାରେ ଦୋକାନ ପକାଇପାରିବୁ ନାହିଁ ବୋଲି ଦୋକାନୀ ଶଙ୍କରଙ୍କୁ ଧମକ ଦେଇଥିଲେ ଯୁବକମାନେ। । ସ୍ଥାନୀୟ ବାସିନ୍ଦା ଆସିବା ପରେ ସେଠାରୁ ଯୁବକମାନେ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here