ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜିଠୁ ସକାଳୁଆ ଅଙ୍ଗନବାଡି । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି । ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସକାଳୁଆ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ନେଇ କୁନିକୁନି ପିଲାଙ୍କ ପାଇଁ ଅଙ୍ଗନବାଡିକୁ ମଧ୍ୟ ସକାଳୁଆ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।