ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ନଷ୍ଟ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜରସାହିରେ ଅଗ୍ନିକାଣ୍ଡ ଘଟି ୬ ଟି ପରିବାରର ୧୨ ବଖରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଲିଭାଇ ଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏଥିରେ ସମସ୍ତ ପରିବାରର ଧାନ, ଚାଉଳ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି । ସମସ୍ତ ପରିବାରର ଦୁଇଟି ଲେଖାଏଁ ବଖରା ଜଳିଯାଇଛି । କ୍ଷତିଗ୍ରସ୍ତ ପରିବାର ଗରୀବ ଶ୍ରେଣୀର ହୋଇଥିବା ବେଳେ, ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ଜରୁରୀ ହୋଇଛି ।

LEAVE A REPLY

Please enter your comment!
Please enter your name here