ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାଙ୍କେଶ୍ୱରୀ ଘାଟିରେ ଘଟିଛି ବଡ଼ ଅଘଟଣ l ଶ୍ରଦ୍ଧାଳୁ ମା’ ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବା ବେଳେ ହଟାତ ଦୁର୍ଘଟଣା ଘଟିଛି ,ଘାଟିରେ ଓଲଟିପଡିଲା ପିକଅପ୍ ଭ୍ୟାନ ,ଯେଉଁଥିରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି l ତେବେ ଚୈତ୍ର ପ୍ରଥମ ପାଳି ଥିବାରୁ ବିଭିନ୍ନ ଶକ୍ତି ପୀଠ ରେ ଶ୍ରଦ୍ଧାଳୁ ଏବଂ ମାନସିକଧାରୀଙ୍କ ପ୍ରବଳ ଗହଳିଚହଳି ଲାଗିରହିଛି l ବହୁ ଦୂର ଦୂରାନ୍ତରୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି l ତେବେ ଦର୍ଶନ ସାରି ମା’ବାଙ୍କେଶ୍ୱରୀ ପୀଠ ରୁ ଫେରିବା ବେଳେ ହଟାତ ଗାଡି ଟି ଘାଟି ତଳକୁ ଓଲଟି ପଡିଛି ଏବଂ ପାଖାପାଖି ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଛି l ତେବେ ଆହତ ଙ୍କ ମଧ୍ୟରୁ ଶଙ୍କଟାପନ୍ନ ଥିବାସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l