ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):– ଜିଲ୍ଲା ଅଙ୍ଗନବାଡ଼ି ଓ୍ବାର୍କର୍ସ ଆସୋସିଏସନ୍ ସହ ଭାରତୀୟ ମଜଦୂର ସଙ୍ଘର ବିଶାଳ ସମାବେଶ। ୪ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଶହଶହ ମହିଳା କର୍ମଚାରୀ। ସରକାରଙ୍କ ନିତି ବିରୋଧରେ ହୁଙ୍କାରେ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ରାଜପ୍ରସାଦ ସମ୍ମୁଖରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସହ ସରକାରୀ ସୁବିଧା ସୁଯୋଗ ପ୍ରଦାନ, ଅବସରରେ ପେନସନ, ସର୍ବ ନିମ୍ନ ମଜୁରୀ ପରିବର୍ତ୍ତେ ସମାନ କାମକୁ ସମାନ ଦରମା ପ୍ରଦାନ, ସହ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁରେ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ଆଦି ଦାବିରେ ଗର୍ଜନ କରିଛି ଭାରତୀୟ ମଜଦୂର ସଙ୍ଘ। ଦୀର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ସାରା ଦେଶରେ ଅଣ ସଙ୍ଗଠିତ ଶ୍ରମିକଙ୍କ ଦାବୀକୁ ନେଇ ଦେଶର ସମସ୍ତ ଜିଲ୍ଲା ସଦରମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ସଂଖ୍ୟାରେ ଶ୍ରମିକ ଓ କର୍ମଚାରୀମାନଙ୍କ। ଶ୍ରମିକଙ୍କ ଦାବ ପୂରଣ ନହେଲେ ଆଗାମୀ ଦିନରେ ପ୍ରତିବାଦକୁ ଯୋରଦାର କରିବ ଭାରତୀୟ ମଜଦୂର ସଙ୍ଘ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ମଜଦୂର ସଙ୍ଘର ସଭାପତି।