ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ନୟାଗଡ ଗସ୍ତ କରି ସେଠାରେ ପ୍ରଭୁ ନୀଳମାଧବଙ୍କ ଆଶୀର୍ବାଦ ନେବେ । ଏହା ସହ କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ନୟାଗଡ ଜିଲ୍ଲାପାଳ, ଏସପି, ଏଡିଜି, କେନ୍ଦ୍ରାଞ୍ଚଳ ଆଇଜି ଓ ଖଣ୍ଡପଡା ବିଧାୟକ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଦିନ ୨ଟା ସମୟରେ କଣ୍ଟିଲୋ ପଲଟନ ଅବତରଣ କରିବ ରାଷ୍ଟ୍ରପତିଙ୍କୁ ନେଇ ଆସିବାକୁ ଥିବା ସ୍ବତନ୍ତ୍ର ବିମାନ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ, ନୟାଗଡ SP, ADG, କେନ୍ଦ୍ରାଞ୍ଚଳ IG, ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତ ଉପରେ ଯାଞ୍ଚ କରିଥିଲେ ।

LEAVE A REPLY

Please enter your comment!
Please enter your name here